om academy

ଦେଓଗାଁରେ ଗଜଲକ୍ଷ୍ମୀ ପୂଜା ପାଇଁ ପସ୍ତୁତି ବୈଠକ

jsm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ କଛାରପାଲି ସ୍ଥିତ ସାହୁପଡ଼ାରେ ଥିବା ପ୍ରଗତି ଯୁବକ ସଂଘ କାର୍ଯ୍ୟାଳୟରେ ୯ମ ବର୍ଷର ଗଜଲକ୍ଷ୍ମୀ ପୂଜା ପାଇଁ ଏକ ପସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କ୍ଲବ ସଭାପତି ସତ୍ୟବାହାନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ପୂଜା ପରିଚାଳନା ପାଇଁ ଏକ କମିଟି ଗଠନ ହୋଇଛି । ସଭାପତି ଭାବରେ ସତ୍ୟବାହାନ ସାହୁଙ୍କୁ ଚୟନ କରିଥିବା ବେଳେ ଉପସଭାପତି ଆଶିଷ ବାରିକ, ସମ୍ପାଦକ ଶେଷଦେବ ମେର୍ଲ୍ଲୀ, କୋଷାଧ୍ୟକ୍ଷ ସୀମାନଶୁ ସାହୁ ଓ ରୁଦ୍ର ପ୍ରସାଦ ମହାକୁଡ଼, ସହସମ୍ପାଦକ ଭାବେ ସ୍ୱାଧୀନ ବସ୍ତିଆକୁ ଚୟନ କରାଯାଇଛି । ଚଳିତ ବର୍ଷ ପୂଜାରେ କର୍ତ୍ତା ଭାବରେ ଠଣ ସୁନ୍ଦର ବାରିକ ସପତ୍ନୀକ ଦାୟିତ୍ୱ ନେଉଥିବା ବେଳେ ପୂଜକ ଭାବରେ ବାଳକୃଷ୍ଣ କର କାର୍ଯ୍ୟ ତୁଲାଇବେ ।

Leave A Reply

Your email address will not be published.