oom

ଜନଜୀବନ ସୁରକ୍ଷା ପାଇଁ ବିଦ୍ୟୁତ୍ ବିଭାଗର ମିଳିତ ବୈଠକ

jsmm

ପାଟଣା : ତୁରୁମୁଙ୍ଗା ବିଦ୍ୟୁତ୍ ବିଭାଗ ଟାଟା ପାୱାର ତରଫରୁ ପାଟଣା ବ୍ଲକ ସଭାଗୃହ ପରିସରରେ ବନ ବିଭାଗର ଅଧିକାରୀ ଏବଂ ତୁରୁମୁଙ୍ଗା, ପାଟଣା, ସାହାରପଡାର ବିଦ୍ୟୁତ ଅଧିକାରୀ ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀ ମଧ୍ୟରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଟଣା ବନାଞ୍ଚଳ ଅଧିକାରୀ ଘାସିରାମ ପାତ୍ର, ବିଦ୍ୟୁତ ବିଭାଗ ଉପଖଣ୍ଡ ଅଧିକାରୀ ଚିରଂଜିତ ସାହୁ, ତୁରୁମୁଙ୍ଗା କନିଷ୍ଠ ଯନ୍ତ୍ରୀ ଉମେଶ ଚନ୍ଦ୍ର ଭୂୟାଁ, ସାହାରପଡାର ଲଷ୍ମୀକାନ୍ତ ଷଡ଼ଙ୍ଗୀ, ବ୍ୟବସାୟୀକ କନିଷ୍ଠ ଯନ୍ତ୍ରୀ ପବିତ୍ର ସ୍ୱାଇଁ, ସୌରଭ ସାଧୁ ଏବଂ ଲାଇନ୍ ମ୍ୟାନ ଯୋଗ ଦେଇ ବୈଠକକୁ ସଫଳତାର ସହିତ ଶେଷ କରିଥିଲେ । ଏଥିରେ ବିଶେଷତଃ ବନ ବିଭାଗ ଏବଂ ବିଦ୍ୟୁତ ବିଭାଗର ମିଳିତ ଯାଞ୍ଚ ପ୍ରକ୍ରିୟା ଏବଂ ପ୍ରମାଣିକରଣ କରି ସମସ୍ତ ବାଧା ବିଘ୍ନକୁ ମୁକ୍ତ କରିବା ସଙ୍ଗେ ସଙ୍ଗେ ସମସ୍ତ ଜନ ଜୀବନକୁ କେମିତି ରକ୍ଷା କରାଯିବ, ବିଦ୍ୟୁତ ଖୁଣ୍ଟ ଓ ଓହଳି ପଡ଼ିଥିବା ବିଦ୍ୟୁତ ତାର ଏବଂ କାମକୁ ସୁଧାରିକରଣ କରିବା, ବିଦ୍ୟୁତ ଚୋରିକୁ ରୋକିବା, ବିଦ୍ୟୁତ୍ ବିଲ୍ ପ୍ରଦାନ ଏବଂ ଅର୍ଥ ଆଦାୟକୁ ଆହୁରି ସୁଧାରିବା ଆଦି ବିଭିନ୍ନ ବିଷୟରେ ଏଠାରେ ଆଲୋଚନା କରାଯାଇଥିଲା ।

jittmm
Leave A Reply

Your email address will not be published.