ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟର ରୋଗୀ କଲ୍ୟାଣ ସମିତିର କାର୍ୟ୍ୟକାରିଣୀ କମିଟିର ବୈଠକ

ଛତ୍ରପୁର : ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟର ରୋଗୀ କଲ୍ୟାଣ ସମିତିର କାର୍ୟ୍ୟକାରିଣୀ କମିଟିର ବୈଠକ ଉପଜିଲ୍ଲପାଳ ପ୍ରିୟ ରଂଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଚିକିତ୍ସାଳୟ ପାଚେରୀକୁ ଆହୁରୀ ଉଚ୍ଚତା କରାଯିବ । ଚିକିତ୍ସାଳୟ ବାହାରେ ପାକିଂ ବ୍ୟବସ୍ଥା କରାଯିବ, ଅପେକ୍ଷା ଗୃହ, କେବିନର ମରାମତି ସମେତ ଚିକିତ୍ସାଳୟରେ ପୂର୍ତ୍ତବିଭାଗ ପକ୍ଷରୁ ଚାଲିଥିବା ସମସ୍ତ କାର୍ୟ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷକରିବାକୁ ସେ ପରାମର୍ଶ ଦେଇଥିଲେ । ଚିକିତ୍ସାଳୟକୁ ଅଧିକ ସୈାଦର୍ୟ୍ୟକରଣ କରିବା ନିମନ୍ତେ ପୂର୍ତ୍ତ ବିଭାଗ, ଜନ ଓ ସ୍ୱାସ୍ଥ୍ୟ ବିଭାଗ ଓ ଛତ୍ରପୁର ଏନଏସି ମିଳିତ ସମନ୍ୱୟରେ ସମସ୍ତ କାର୍ୟ୍ୟ କରାଯିବ । ଚିକିତ୍ସାଳୟ ପରିସରର ନିୟମିତ ସଫା ସୁତରା ରଖିବା ସହ କୋଭିଡ -୧୯ ନିୟମ ମାନିବାକୁ ମଧ୍ୟ ଉପଜିଲ୍ଲାପାଳ କହିଥିଲେ । ମଙ୍ଗଳବାର ଛତ୍ରପୁର ଉପଜିଲ୍ଲାପାଳଙ୍କ ସମେତ କମିଟିର ସମସ୍ତ ସଦସ୍ୟ ମାନେ ଚିକିତ୍ସାଳୟ ପରିଦର୍ଶନ କରି ଆବଶ୍ୟକତା ଥିବା ବିଭିନ୍ନ କାର୍ୟ୍ୟ ନିମନ୍ତେ ଅନୁଧ୍ୟାନ କରିବାକୁ ସ୍ଥିର କରାଯାଇଛି । ପ୍ରାରମ୍ଭରେ ଚିକିତ୍ସାଳୟର ଅଧିକ୍ଷୀକ ପ୍ରଫୁଲ ଚନ୍ଦ୍ର ଗୈାଡ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଆବଶ୍ୟକତା ଥିବା କାର୍ୟ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ହସ୍ପିଟାଲ ମ୍ୟାନଜର ସନ୍ତୋଷ କୁମାର ପଣ୍ଡା ଗତ ବୈଠକ ଓ ଆଜିର ବୈଠକର କାର୍ୟ୍ୟସୂଚୀ ସମ୍ପର୍କରେ ଉପସ୍ଥାପନ କରିଥିଲେ ।

Leave A Reply

Your email address will not be published.