ଟୁର୍ଣ୍ଣାମେଣ୍ଟ ନିମନ୍ତେ ଛତ୍ରପୁର ସନରାଇଜ ସ୍ପୋର୍ଟ୍ସ କ୍ଲବ ପକ୍ଷରୁ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ କ୍ରୀଡା ସଂଗଠନ ସନରାଇଜ ସ୍ପୋର୍ଟ୍ସ କ୍ଲବ ପକ୍ଷରୁ ଭଲିବଲ କୋର୍ଟ ପରିସରରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ସନରାଇଜ ସ୍ପୋର୍ଟ୍ସ କ୍ଲବର ପରିଚାଳନା କମିଟିର କାର୍ଯ୍ୟକାଳ ଆସନ୍ତା ଦୁଇ ବର୍ଷ ନିମନ୍ତେ ନବୀକରଣ କରାଯାଇଥିଲା । ସମସ୍ତ କର୍ମକର୍ତ୍ତା ଓ ସଭ୍ୟମାନେ ଉପସ୍ଥିତ ରହି ଖେଳ ସୁପରିଚାଳନା ଓ ଆସନ୍ତା ବର୍ଷ ୨୦୨୩ ଆରମ୍ଭରେ ଏକ ଟୁର୍ଣ୍ଣାମେଣ୍ଟ କରିବା ନିମନ୍ତେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲ । ଉକ୍ତ ନିଷ୍ପତ୍ତି ପ୍ରକାରେ ଏହା ସହିତ ପରିଚାଳନା ନିମନ୍ତେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏହି ବୈଠକରେ କ୍ଲବର ସଭାପତି ଏଲ. ଶ୍ରୀନିବାସ ରାଓ, ଉପସଭାପତି ସମୀର କୁମାର ପଟ୍ଟନାୟକ, ସମ୍ପାଦକ ରଜନୀକାନ୍ତ ପଟ୍ଟନାୟକ, କୋଷାଧକ୍ଷ ଲକ୍ଷ୍ମୀନାରାୟଣ ପାତ୍ର, ଅଧିନାୟକ ସୁବାଷ ଚନ୍ଦ୍ର ସେଠି ଏବଂ ଉପଅଧିନାୟକ ଇ. ସୁଧାକର ଦୋରାଙ୍କ ସମେତ ସମସ୍ତ ସଦସ୍ୟମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.