ବଲାଙ୍ଗିର ଦିନ୍‌ ପାଇଁ ପ୍ରସ୍ତୁତି ବୈଠକ

  • ମା’, ମାଟି ଓ ମହକକୁ ନେଇ ପ୍ରକାଶ ପାଇବ ସ୍ୱତନ୍ତ୍ର ସ୍ମରଣିକା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତବର୍ଷ ପରି ଏ ବର୍ଷ ମଧ୍ୟ ନଭେମ୍ବର ୧ରେ ବଲାଙ୍ଗିର ଦିନ୍‌ ଧୁମ୍‌ଧାମ୍‌ରେ ପାଳନ କରାଯିବ । ମା’ ମାଟିର ଏହି ଉତ୍ସବକୁ ନେଇ ଗତ ବର୍ଷ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ଦଳ, ମତ, ଜାତି, ଧର୍ମ, ନିର୍ବିଶେଷରେ ବଲାଙ୍ଗିରବାସୀ ଏକ ହୋଇ ବଲାଙ୍ଗିର ଦିନ୍‌ ପାଳନ କରିଥିଲେ । ସେହିକ୍ରମରେ ଏ ବର୍ଷ ମଧ୍ୟ ହର୍ଷୋଉଲ୍ଲାସର ସହ ବଲାଙ୍ଗିର ଦିନ ପାଳନ କରାଯିବ । ତାସହ ଏଥର ବଲାଙ୍ଗିର ମା’ ମାଟିର ମହକ, ଏହାର ଇତିହାସ, କଳା, ସଂସ୍କୃତିକୁ ନେଇ ଏକ ବିଶେଷ ସ୍ମରଣିକା ପ୍ରକାଶ କରାଯିବ ବୋଲି ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ପ୍ରସ୍ତୁତି ବୈଠକରେ ବଲାଙ୍ଗିର ଦିନ୍‌ ଆୟୋଜକ କମିଟି ପ୍ରକାଶ କରିଛି । କମିଟିର ଅଧ୍ୟକ୍ଷ ଅଙ୍କୁଶ ପାଣ୍ଡିଆଙ୍କ ଅଧ୍ୟକ୍ଷତା ତଥା ସଂପାଦକ ପ୍ରଶାନ୍ତ ମାହକୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଉପସ୍ଥିତ ସମସ୍ତ ସଭ୍ୟଙ୍କ ଦ୍ୱାରା ଆଗାମୀ ବଲାଙ୍ଗିର ଦିନକୁ ଆହୁରି ମୁଖର ଓ ପ୍ରଖର କରିବା ପାଇଁ ବିଭିନ୍ନ ପ୍ରସ୍ତାବ ଆଗତ କରାଯାଇଥିଲା । ତାଛଡା ଏଥର ବଲାଙ୍ଗିର ମା’ ମାଟି ଓ ମହକକୁ ନେଇ ଏକ ସ୍ମରଣୀକା ପ୍ରକାଶ କରିବା ନେଇ ସର୍ବ ସମ୍ମତି ପ୍ରକାଶ ପାଇଥିଲା । କମିଟି ଏହି ଉଦ୍ଦେଶ୍ୟରେ ସାରା ଜିଲ୍ଲାରୁ ଉଚ୍ଚ ସ୍ତରର ଲେଖା ପଠାଇବା ପାଇଁ ଅନୁରୋଧ କରିଛି । ପ୍ରଚାର ପ୍ରସାର କମିଟିର ସଂପାଦକ ବିଭୁ କଲ୍ୟାଣ ଗଡତିଆ ସଭା ପରିଚାଳନା କରିଥିବା ବେଳେ ସଭାରେ ଗୁରୁଶ୍ରୀ ଘାସିରାମ ମିଶ୍ର, ନାଟ୍ୟ ଭୂଷଣ ଜଗଦା ନନ୍ଦ ଛୁରିଆ, କୋଶଲବାଦୀ ନିମେଇ ପାଣିଗ୍ରାହୀ, ପ୍ରଫେସର ଶିବ ନନ୍ଦ, ବରିଷ୍ଠ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁ, ଅରୁଣ ମିଶ୍ର, ମନୋରଞ୍ଜନ ଯୋଷୀ, ଅଖିଳ ହୋତା, ପୁର୍ଣ୍ଣଚନ୍ଦ୍ର ପଣ୍ଡା, ସୁନୀଲ ମହାନ୍ତି, ଯୁଧିଷ୍ଟିର ମେହେର, ଦେବାଶିଷ ମିଶ୍ରଙ୍କ ସହିତ ସହ ଅଧ୍ୟକ୍ଷ ବିନୋଦ କାଲସାଏ, ଅର୍ଜୁନ ସାହୁ, ପ୍ରଭାକର ମିଶ୍ର, ରତନ ମହାରଣା, ଗୋପାଲଜୀ ପାଣିଗ୍ରାହୀ, ଦୀନେଶ ଶର୍ମା, ସୋମନାଥ ମିଶ୍ର, ଅଭିଷେକ ଦାଶ, ବିକାଶ ସାଏ, ସଙ୍ଗୀତା ପାଣିଗ୍ରାହୀ, ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ, ପଶ୍ଚିମ ଓଡିଶା ଯୁବା ମଞ୍ଚଞ୍ଚ, ନାଗରୀକ କମିଟି, ମାହେଶ୍ୱରୀ ଗ୍ର୍ରୁପ, ତହଁକ ପରିବାର, ଯାଦବ ସମାଜ, ସମଲେଶ୍ୱରୀ ମନ୍ଦିର ଆଳତି କମିଟି, ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ, ସ୍ମାଇଲ ଫର ୟୁ ସଂଗଠନର ସଭ୍ୟମାନେ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ ଅବାହକ ଜୟକୃଷ୍ଣ ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.