oum

ଖପ୍ରାଖୋଲରେ ବୀମା ଟଙ୍କା ପାଇବାରେ ବିଳମ୍ବ ପ୍ରତିବାଦରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ

jsm

ପାଟଣାଗଡ, (ସଦାଶିବ ସରାଫ) : ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କୃଷି ବୀମା ପାଇବାରେ ବିଳମ୍ବ ହୋଇଥିବାରୁ ତାର ପ୍ରତିବାଦରେ ଏକ ସଭା ତାପସ ରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚାଷୀମାନେ ଗତବର୍ଷ କୃଷି ବୀମା କରିଥିଲେ ମଧ୍ୟ ଆଜି ଯାଏଁ ପାଇ ନଥିବା ଅଭିଯୋଗ କରିଛନ୍ତି । ଏନେଇ ପୂର୍ବରୁ ତହସିଲଦାର, କୃଷି ବିଭାଗକୁ ଜଣାଇଥିଲେ ମଧ୍ୟ ସମସ୍ୟା ସମାଧାନ ହୋଇ ପାରିନଥିବା କୁହାଯାଇଛି । ବୀମା କମ୍ପାନୀର ମନମାନି ବିରୋଧରେ ଚାଷୀ ଆଗାମୀ ୨୩ ତାରିଖ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଭେଟି ଦାବୀପତ୍ର ଦେବାକୁ ନିଷ୍ପତି ହୋଇଥିବା ଜଣାପଡିଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟ କାନ୍ତ ସାହୁ, ନରେନ୍ଦ୍ର ଭୋଇ, ଗୁନମଣି ଭୋଇ, ଛୟାକାନ୍ତ ବାରିକ, ଦାମୋଦର ବେହେରା, ସମ୍ପତି ଭୋଇ, ନିଲକାନ୍ତ ନିଆଳ, ବୃନ୍ଦାବନ ବାରିକ, ବିଶ୍ଵାମିତ୍ର ନିଆଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.