ବଲାଙ୍ଗିର, (ଦେବାଶିଷ ମିଶ୍ର) : ଷାଠିଏ ଘର ଡୁମାଲ ସମାଜର ସାଂଗଠାନିକ ବୈଠକ ବ୍ରାହ୍ମଣୀଡୁଙ୍ଗୁରୀ ଗ୍ରାମ୍ୟ ମଣ୍ଡପଠାରେ ଜିଲ୍ଲା ସଭାପତି ଲମ୍ବୋଦର ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ବ୍ରାହ୍ମଣୀଡୁଙ୍ଗୁରୀର ସଭାପତି ବୃଷଭ ଦନ୍ତା ଏବଂ ସଂପାଦକ ବାହାଦୁର ଖମାରୀ ତଥା ଗ୍ରାମବାସୀବୃନ୍ଦ ଆୟୋଜନ କରିଥିଲେ । ଉପଦେଷ୍ଟା ମଣ୍ଡଳୀର ସଭ୍ୟ ମଲିଆ ଗଡୁଆ ସଭା ସଂଯୋଜନା କରିଥିଲେ । ବୈଠକରେ ଜିଲ୍ଲା ସଂପାଦକ ଇନ୍ଦ୍ରମଣି ବାରିକ, ଉପଦେଷ୍ଟା ମଣ୍ଡଳୀର ସଭ୍ୟ ଚକାନନ୍ଦ କମ୍ପ ଓ ସଂଜୟ କୁମାର ମହାକୁର, କାର୍ଯ୍ୟକାରିଣୀ ସଭ୍ୟ ସୁବଳ ଖମାରୀ, ଶଙ୍କର୍ଷଣ ଭୋଇ, ସିନ୍ଦୁରବାହାଲ କେନ୍ଦ୍ରର ସଭାପତି ଆନନ୍ଦ ଡାଙ୍ଗ ଓ ସଂପାଦକ ବନମାଳି ପାତ୍ର, ବ୍ରାହ୍ମଣୀଡୁଙ୍ଗୁରୀର ଶିଶୁ ଅନନ୍ତ ମେର୍ଲି, ଟିକାନନ୍ଦ ମେର୍ଲି, ବୁଦ୍ଧଦେବ ମେର୍ଲି, ଲାଦେରବାହାଲ ଗ୍ରାମର ଟେଙ୍ଗୁନୁ ବଘାର ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ । ଉପଦେଷ୍ଟା ମଣ୍ଡଳୀର ସଭ୍ୟ ଶ୍ରୀ ଗଡୁଆ ପରିସଂଖ୍ୟାନ (ଜନଗଣନା) ବିଷୟରେ ବିଶଦ ଭାବରେ ଆଲୋଚନା କରିଥିବା ବେଳେ ଅନ୍ୟତମ ସଭ୍ୟ ଶ୍ରୀ କମ୍ପ ସଂଗଠନ ବିଷୟରେ ଆଲୋକପାତ କରିଥିଲେ । ଏହି କେନ୍ଦ୍ର ଅଧୀନରେ ଥିବା ପ୍ରତ୍ୟେକ ଗ୍ରାମ ଏବଂ ପ୍ରତ୍ୟେକ ପରିବାର ଅନୁସାରେ ସର୍ଭେ ଫର୍ମ ବିତରଣ କରାଯାଇଥିଲା । ପରିଶେଷରେ ସୁବଳ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।
Next Post