ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜ କାର୍ଯ୍ୟକାରୀ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗିରିଶ ଚନ୍ଦ୍ର ନାୟକ ସଭାପତିତ୍ୱ କରିଥିଲେ । ସମାଜର ବାର୍ଷିକ ଆୟ ବ୍ୟୟ ହିସାବ କରାଯାଇଥିଲା । ସଂଗଠନକୁ କିପରି ମଜଭୁତ କରି ଲୋକାଭିମୁଖୀ ହୋଇପାରିବ ସେ ଦିଗରେ ସମସ୍ତେ ଆଲୋଚନା କରିଥିଲେ । ଖୁବ୍‌ ନିକଟରେ ଏକ ପଶ୍ଚିମ ଓଡିଶାସ୍ତରୀୟ କାର୍ଯ୍ୟକ୍ରମ କରିବାକୁ ପ୍ରେମା ଦେବତା ମତ ପ୍ରକାଶ କରିଥିଲେ ଓ ତାହା ଗୃହୀତ କରାଯାଇଥିଲା । ସଭାରେ ସମ୍ପାଦକ ସତ୍ୟନାରାୟଣ ଯୋଶୀ, ବିନୋଦ କାଳିଆ, ପ୍ରେମା ଦେବତା, ଶଙ୍କର ଦାସ, ଜୟନାରାୟଣ ପୁରୋହିତ, ସୁଶାନ୍ତ ପାଣିଗ୍ରାହୀ, ଲଳିତ ପାଣିଗ୍ରାହୀ ଓ ଛିନ୍ଦେଇକେଲା ଆଞ୍ଚଳିକ ବ୍ରାହ୍ମଣ ସମାଜର ସମ୍ପାଦକ ସନ୍ତୋଷ କୁମାର ପାଢ଼ୀ ତଥା ବିଭୁତି ଭୂଷଣ ମୁଣ୍ଡ ଉପସ୍ଥିତ ଥିଲେ । ଶେଷରେ ବିଭୁତି ଭୂଷଣ ମୁଣ୍ଡ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.