ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ ସ୍ଥାନୀୟ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ସଭାପତି ନୀଳମଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଂଘର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ବିଶେଷତଃ କେତେକ ଅବସରପ୍ରାପ୍ତ କର୍ମଚାରୀ ତାଙ୍କର ଅବସରପ୍ରାପ୍ତର ବାକିଆ ପାଉଣା ପାଇ ନ ଥିବାରୁ ସଂଘ ତରଫରୁ ଏକ ପତ୍ର ପଠାଇବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା ଏବଂ ସଂଘରେ ଏକ ସ୍ମରଣିକା ପ୍ରକାଶ କରାଯିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା ଏବଂ ଏଥି ପାଇଁ ଏକ କମିଟି ଗଠନ କରାଯାଇଥିଲା । ସଂଘର ଯେଉଁ ସଭ୍ୟମାନଙ୍କ ବୟସ ୮୦ରୁ ଅଧିକ ହେଲାଣି ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ସଂଘର ଏକ ସ୍ଥାୟୀ ସଭାଗୃହ ନ ଥିବାରୁ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ପତ୍ର ଦିଆଯିବାକୁ ଆଲୋଚନା ହୋଇଥିଲା । ଏହି ସଭାରେ ସଂଘର ଉପ-ସଭାପତି ଗୋପବନ୍ଧୁ ପୁରୋହିତ, ପ୍ରସନ୍ନ କୁମାର ମିଶ୍ର, ସଂପାଦକ ରଘୁନାଥ ମିଶ୍ର, ସହ-ସଂପାଦକ ପରୁଷୋତ୍ତମ ପଣ୍ଡା, ଅନ୍ୟମାନଙ୍କ ମଧ୍ୟରେ ସଂଘର ସଭ୍ୟ ବୃନ୍ଦାବନ ବରାଳ, ଗୋବିନ୍ଦ ଚନ୍ଦ୍ର ମିଶ୍ର, ହରେକୃଷ୍ଣ ପଟେଲ, ପୂର୍ଣ୍ଣଚନ୍ଦ୍ର ଦାଶ ଓ ପ୍ରବୀଣ କୁମାର ସାହୁ ଆଦି ଆଲୋଚନାରେ ଭାଗ ନେଇଥିଲେ ।

Leave A Reply

Your email address will not be published.