oom

ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ

jsmm
  • ଅଣଧାନ ଚାଷ ଓ କୃଷି ଉଦ୍ୟୋଗ ସ୍ଥାପନ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ଜିଲ୍ଲାପାଳ ଅଵୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ଖରିଫ୍ ଋତୁ ପାଇଁ ଧାନ ଏବଂ ସମସ୍ତ ପ୍ରକାର ଅଣଧାନ ଚାଷ ସହିତ ବିହନ ସାର କୀଟନାଶକ ଯୋଗାଣ, ଜଳ ପରିଚାଳନା, ମୃତ୍ତିକା ପରୀକ୍ଷଣ, କୃଷି ଉଦ୍ୟୋଗ ସ୍ଥାପନ ଇତ୍ୟାଦି ସମସ୍ତ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରମାକାନ୍ତ ଦିଗାଲ ସମସ୍ତଙ୍କୁ ସ୍ଵାଗତ କରି ସଭାର ଆଭିମୁଖ୍ୟ ଏବଂ ଜିଲ୍ଲାର କୃଷି କ୍ଷେତ୍ରରେ ବିଗତ ବର୍ଷର ସଫଳତା ଓ ଆସନ୍ତା ଖରିଫ୍ ଋତୁ ପାଇଁ ବିଭିନ୍ନ କ୍ଷେତ୍ରରେ ଲକ୍ଷ୍ୟ ଧାର୍ଯ୍ୟ ସମ୍ବନ୍ଧରେ ସୂଚନା ଦେଇଥିଲେ । ଏହି ଋତୁରେ ଜିଲ୍ଲାରେ ଧାନ ୭୦୫୦୦ ହେକ୍ଟର, ଡାଲି ୧୫୮୦୦ ହେକ୍ଟର, ତୈଳବୀଜ ୩୨୯୦ ହେକ୍ଟର, କପା ୭୩୪୦ ହେକ୍ଟର, ପନିପରିବା ୨୮୮୩୦ ହେକ୍ଟର, ମସଲା ୧୦୦୦ ହେକ୍ଟର ଏବଂ ଆଖୁ ୪୦ ହେକ୍ଟର ଜମିରେ ଚାଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । କୃଷି ଏବଂ ଆନୁସଙ୍ଗିକ ସମସ୍ତ ବିଭାଗର ଅଧିକାରୀମାନଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ ଜିଲ୍ଲାରେ ଅଣଧାନ ଯଥା କପା, ଡାଲି, ତୈଳବୀଜ, ପନିପରିବା, କଦଳୀ, ଛତୁ ଚାଷ ଓ ଉଦ୍ୟାନ କୃଷି ଉପରେ ଗୁରୁତ୍ୱାରୋପ କରିଥିଲେ । ଏହା ଦ୍ୱାରା ଚାଷୀମାନଙ୍କ ଆର୍ଥିକ ଉନ୍ନତି ହୋଇପାରିବ ବୋଲି ଆଶା ବ୍ୟକ୍ତ କରିଥିଲେ । ଏହା ସହିତ ଜିଲ୍ଲାରେ ମୃତ୍ତିକା ପରୀକ୍ଷଣକୁ ବ୍ୟାପକ କରିବା ସହିତ ବିଭିନ୍ନ ବର୍ଗର ହିତାଧିକାରୀମାନେ କୃଷି ଉଦ୍ୟୋଗ ସ୍ଥାପନା କରିବାରେ ସହଯୋଗ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ସମସ୍ତ ଅଧିକାରୀମାନଙ୍କୁ ପରିସଂଖ୍ୟାନ କେବଳ କାଗଜପତ୍ରରେ ସୀମିତ ନ ରଖି ପ୍ରକୃତରେ କାର୍ଯ୍ୟ କ୍ଷେତ୍ରରେ ପ୍ରଦର୍ଶିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଜିଲ୍ଲାର କୃଷକମାନେ ସାର ଯୋଗାଣ ଓ ଜଳସେଚନ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧାର ନିରାକରଣ କରିବା ପାଇଁ ଆନ୍ତରିକତା ସହିତ ପ୍ରଚେଷ୍ଟା କରିବା ପାଇଁ କହିଥିଲେ । ସୋନପୁର ଉପଜିଲ୍ଲାପାଳ ଡ. ଇପ୍ସିତା ମିଶ୍ର ପ୍ରାକୃତିକ ଉପାୟରେ ଜମିର ଉର୍ବରତା ବୃଦ୍ଧି ଏବଂ ବିଭିନ୍ନ ମାଇକ୍ରୋ ନ୍ୟୁଟ୍ରଣ୍ଟର ବ୍ୟବହାର ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରିବା ଉପରେ ଗୁରୁତ୍ଵ ଦେଇଥିଲେ । ଏହି ବୈଠକରେ ସୋନପୁର ଏବଂ ବୀରମହାରାଜପୁର ଉପଜିଲ୍ଲାପାଳଙ୍କ ସମେତ କୃଷି ବିଭାଗର ସମସ୍ତ ଅଧିକାରୀମାନଙ୍କ ସହିତ ଉଦ୍ୟାନ କୃଷି, ଜଳସେଚନ, କେନାଲ ଡିଭିଜନର ଯନ୍ତ୍ରୀ, ଯୋଗାଣ ବିଭାଗ, ମାର୍କଫେଡ୍ ଅଧିକାରୀ ପ୍ରମୁଖ ଯୋଗଦେଇ ଥିଲେ ।

jittmm
Leave A Reply

Your email address will not be published.