oom

ନାବାର୍ଡ ଓ ମହାଶକ୍ତି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ କୃଷକ ଉତ୍ପାଦକ କମ୍ପାନୀ, ସରକାରୀ ଅଧିକାରୀ ତଥା କୃଷକମାନଙ୍କର ସମନ୍ଵୟ ବୈଠକ ଅନୁଷ୍ଠିତ

jsmm

କନ୍ଧମାଳ, (କେପିଏନ୍‌ଏସ୍‌) : ସ୍ଥାନୀୟ ବ୍ଲକ୍ ସମ୍ମିଳନୀ କକ୍ଷରେ କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ତଥା ନାବାର୍ଡ ଓ ମହାଶକ୍ତି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ କୃଷକ ଉତ୍ପାଦକ କମ୍ପାନୀ, ସରକାରୀ ଅଧିକାରୀ ତଥା କୃଷକମାନଙ୍କ ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ତୁମୁଡ଼ିବନ୍ଧ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତୀ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ଗୋବିନ୍ଦ ଚନ୍ଦ୍ର ଦାସ ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଦେବାଶିଷ ନାୟକ ସହକାରୀ ଉଦ୍ୟାନ ଅଧିକାରୀ, ପ୍ରେମାନନ୍ଦ ବଳିୟାର ସିଂହ ବ୍ଲକ ସଂଯୋଜକ ଓଡ଼ିଶା ଜୀବିକା ମିଶନ, ରାଜେନ୍ଦ୍ର ମଝିଆ ସେଠ ବ୍ଲକ୍ ସଂଯୋଜକ ମିଶନ ଶକ୍ତି, ଲିଙ୍ଗରାଜ ପ୍ରଧାନ ପରିଚାଳନା ନିର୍ଦ୍ଧେଶକ ନୂଆ ସକାଳ କୃଷକ ଉତ୍ପାଦକ କମ୍ପାନୀ, ହୃଷୀକେଶ ସାହୁ ପ୍ରତିନିଧି ମହାଶକ୍ତି ଫାଉଣ୍ଡେସନ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ନାବାର୍ଡ ତରଫରୁ ଗଠନ ହୋଇଥିବା କୃଷକ ଉତ୍ପାଦକ କମ୍ପାନୀର ନିର୍ଦେଶକ ମାନେ ତଥା ବ୍ଲକ୍‌ର ଅଗ୍ରଣୀ ଚାଷୀ ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟାମାନେ ଯୋଗଦେଇ କୃଷକ ଉତ୍ପାଦକ କମ୍ପାନୀ ଗଠନର ଉପକାରିତା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରୁଥିଲେ । କୃଷକ ଉତ୍ପାଦକ କମ୍ପାନୀମାନଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କଣ କଣ ଯୋଜନା ରହିଛି, କୃଷକ ମାନେ ଉତ୍ପାଦିତ ଦ୍ରବ୍ୟର ବଜାରିକରଣ କେମିତି କରିପାରିବେ, ଆଧୁନିକ ପଦ୍ଧତିରେ କିପରି ଚାଷ କରି ଅଧିକ ଦୁଇ ପଇସା ଲାଭ ପାଇ ପାରିବେ ସେ ବିଷୟରେ ଉପସ୍ଥିତ ଅଧିକାରୀ ଗଣ ମତ ପୋଷଣ କରିଥିଲେ । ମହାଶକ୍ତି ଫାଉଣ୍ଡେସନର ବରିଷ୍ଠ ପରିଚାଳକ ହୃଷିକେଶ ସାହୁ କୃଷକ ଉତ୍ପାଦକ ସଙ୍ଘର ପଞ୍ଜିକରଣ, ନିର୍ଦେଶକ ମଣ୍ଡଳୀ ଗଠନ, ଅଂଶ ଧନ ସଂଗ୍ରହ, ନାବାର୍ଡ ତଥା ସରକାରୀ ଅନୁଦାନ ଆଦି ବିଷୟରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମକୁ ଲିଙ୍ଗରାଜ ପ୍ରଧାନ ପରିଚାଳନା କରିଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ସଫିକ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.