oom

ସଡ଼କ ସୁରକ୍ଷା ସଂସଦୀୟ କମିଟି ବୈଠକ : ରାସ୍ତା ଦୁର୍ଘଟଣାର ପ୍ରତିକାର ସଂପର୍କରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସର୍କିଟ୍‌ ହାଉସ୍‌ ପରିସରରେ ସଡ଼କ ସୁରକ୍ଷା ସଂସଦୀୟ କମିଟି ବୈଠକ କମିଟିର ଅଧ୍ୟକ୍ଷ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର, ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ଦାଗଡୁ, ପିଡ଼ି ଡିଆରଡିଏ ଡ. ମହେଶ୍ୱର ସ୍ୱାଇଁ, ବଲାଙ୍ଗିର ଉପ ଜିଲ୍ଲାପାଳ ସୁଧାକର ନାୟକ, ଟିଟିଲାଗଡ଼ ଉପ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ରୋଟାରୀ କ୍ଲବ, ଟ୍ରକ ମାଲିକ ସଂଘ, ବସ୍‌ ମାଲିକ ସଂଘ, ଆର୍‌ଟିଓ ପ୍ରଣୟ କୁମାର ମିଶ୍ର ଓ ଆଂଚଳିକ ପରିବହନ କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ଅତିରିକ୍ତ ଆର୍‌ଟିଓ ଲୋକନାଥ ମେହେର ଆଲୋଚ୍ୟ ବିଷୟବସ୍ତୁ ଉପସ୍ଥାପନ କରିଥିଲେ । ଜିଲ୍ଲାରେ ବ୍ଲାକ୍‌ ସ୍ପଟ୍‌ ମାନ ଚିହ୍ନଟ କରାଯାଇ ସେଠାରେ ଦୁର୍ଘଟଣା କମାଇବା, ଏନ୍‌ଏଚ୍‌ ତଥା ଏସ୍‌ଏଚ୍‌ରେ ଥିବା ସମସ୍ୟା ଜନିତ ସ୍ଥାନ ଓ ଦୁର୍ଘଟଣା ପ୍ରବଣ ଅଂଚଳଗୁଡ଼ିକର ଉପଯୁକ୍ତ ସମାଧାନ, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ସାହାଯ୍ୟ କରୁଥିବା ଲୋକଙ୍କୁ ପୁରସ୍କୃତ କରି ଉତ୍ସାହିତ କରିବା ଏବଂ ଏ ସଂପର୍କରେ ପ୍ରତି ବ୍ଲକ, ପଂଚାୟତ, ଥାନା ଓ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ବ୍ୟାନର ପୋଷ୍ଟର ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯିବା ଉପରେ ଆଲୋଚନା ହୋଇଥିଲା । ଏତଦ୍‌ବ୍ୟତୀତ ବୈଠକରେ ୨୦୧୯, ୨୦୨୦ ବର୍ଷରେ ହୋଇଥିବା ରାସ୍ତା ଦୁର୍ଘଟଣା, ତଦ୍‌ଜନିତ ମୃତ୍ୟୁ ଓ ଏହାକୁ କିପରି ରୋକାଯାଇ ପାରିବ ସେ ସଂପର୍କରେ ସବିଶେଷ ଆଲୋଚନା ହୋଇଥିଲା । ଜିଲ୍ଲାରେ ଏନ୍‌ଫୋର୍ସମେଣ୍ଟ୍‌କୁ ବ୍ୟାପକ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ବର୍ତ୍ତମାନ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଥିବାରୁ ସଡ଼କ ସୁରକ୍ଷା ନିୟମାବଳୀ, ଦୁର୍ଘଟଣା ହ୍ରାସ ସଂପର୍କିତ ପଦକ୍ଷେପ ଉପରେ ଜନସାଧାରଣଙ୍କୁ ସଚେତନ କରିବା ନିମନ୍ତେ ବୈଠକରେ ଆଲୋଚନା ହୋଇଥିଲା । ମଲ୍‌ଟି ସେକ୍‌ଟରାଲ୍‌ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାର୍ଡ ଗଠନ କରାଯାଇ ଜିଲ୍ଲାରେ ଏନ୍‌ଫୋର୍ସମେଣ୍ଟକୁ କଡ଼ାକଡ଼ି କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା । ବୈଠକ ଶେଷରେ ଏଆର୍‌ଟିଓ ଶ୍ରୀ ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.