ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘର ବୈଠକ

  • ଛାତ୍ରର ଭବିଷ୍ୟତ ଗଠନର ଗୁରୁଦାୟିତ୍ୱ ଶିକ୍ଷକମାନଙ୍କ ହାତରେ ନ୍ୟସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ହାଇସ୍କୁଲ ଚୁକ୍ତି ଭିତ୍ତିକ ଶିକ୍ଷକ ସଂଘର ବୈଠକ ସୁଧାଂଶୁ ଶେଖର ବାରିକଙ୍କ ଆହ୍ୱାନକ୍ରମେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଦ୍ୱିତୀ ରଂଜନ ମହାଲିଙ୍ଗ ଅଧ୍ୟକ୍ଷତା କରିବା ସହିତ ନିଜ ବକ୍ତବ୍ୟରେ ଶିକ୍ଷକ ହେଉଛନ୍ତି ଜାତି ନିର୍ମାତା ବୋଲି କହିଥିଲେ । ଉପଦେଷ୍ଟା ନରେଶ ଦ୍ୱାରୀ ଛାତ୍ରର ଭବିଷ୍ୟତ ଗଠନର ଗୁରୁ ଦାୟିତ୍ୱ ଶିକ୍ଷକମାନଙ୍କ ହାତରେ ନ୍ୟସ୍ତ ବୋଲି କହିଥିବା ବେଳେ ପୂର୍ବତନ ସଭାପତି ବିନୋଦ ମିଶ୍ର ନିଜ ବକ୍ତବ୍ୟରେ ଶିଶୁମାନଙ୍କ ପ୍ରତିଭାକୁ ପରିପ୍ରକାଶ କରିବାକୁ ହେଲେ ଆଦର୍ଶ ଶିକ୍ଷା ଓ ଉତ୍ତମ ପରିବେଶ ଆବଶ୍ୟକ ବୋଲି କହିଥିଲେ । ବୈଠକରେ ୨୦୨୧ ବ୍ୟାଚର ଇନିସିଆଲ ଏପଏଣ୍ଟି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶିକ୍ଷକ ସୁଧୀର କୁମାର ପଧାନ । କାର୍ଯ୍ୟକ୍ରମରେ ଉପଦେଷ୍ଟା ରଞ୍ଜିତ ମିଶ୍ର, ରାମ ନାରାୟଣ ଦାଶ, ଶିକ୍ଷକ ଗୋବିନ୍ଦ ସାହୁ, ଧୃବ ଚରଣ ସାହୁ, ନଜରୋଲ ପୁଟେଲ, ଲକ୍ଷ୍ୟପତି ପଧାନ, ଦିପେଶ କୁମାର ଗଡୁଆ, ସୁନନ୍ଦା ନାଏକ, ଆଲୋକ ପଧାନ, ଭୋଜରାଜ ମେହେର, ରୋହିତ ରଣା, ମାଣିକରାମ ଜାଲ, ଦଧିସୁଦନ ନାଗ, ମନୋଜ ପଧାନ, ସନ୍ଧ୍ୟାରାଣୀ ମିଶ୍ର, ପୁଜା ତ୍ରିପାଠୀ, କୁଶପୃଷ୍ଟି ବାଗ, ସୁଷମା ପଧାନ, ପଦ୍ମାଳୟା ତ୍ରିପାଠୀ, ଗାୟତ୍ରୀ ମଲ୍ଲିକ ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟର ଅନୁଭୁତି ବଖାଣି ଥିଲେ । ଦିପେଶ କୁମାର ଗଡୁଆ, କୁଶ ପୃଷ୍ଟି ବାଗ, ଭୋଜରାଜ ମେହେର, ଲକ୍ଷ୍ୟପତି ପଧାନ ପ୍ରମୁଖଙ୍କୁ ଇନିସିଆଲ ଏପଇଣ୍ଟି ଶିକ୍ଷକ ମାନଙ୍କର ପ୍ରତିନିଧି ରୂପେ ମନୋନିତ କରାଗଲା ।

jittmm
Leave A Reply

Your email address will not be published.