ଆସନ୍ତା ୪ ତାରିଖ ଆନ୍ଦୋଳନରେ ସାମିଲ ହେବା ପାଇଁ ପ୍ରସ୍ତୁତି ବୈଠକ ଓ କମିଟି ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ବ୍ଲକର ସରଧାପାଲି ଗ୍ରାମ ପଞ୍ଚାୟତର ଚାଷୀମାନଙ୍କୁ ନେଇ ଗତକାଲି ରାଜବୋଡାସମ୍ବର କୃଷକ ସଙ୍ଗଠନର ବ୍ଲକ ସଭାପତି ଅରବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ବସିଥିଲା । ଏହି ସଭାରେ ରାଜବୋଡାସମ୍ବର କୃଷକ ସଙ୍ଗଠନର ପଂଚାୟତ ସ୍ତରୀୟ କମିଟି ଗଠନ କରିବା ସହିତ ଚାଷୀମାନଙ୍କ ଅନେକ ଗୁରୁତ୍ୱ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା । ବିଦ୍ୟୁତ ବିଲ ସମସ୍ୟା, ବୀମା ସମସ୍ୟା, ମରୁଡିକୁ ମୁଖ୍ୟ ପ୍ରସଙ୍ଗ କରାଯାଇ ଆଗାମୀ ୪ ତାରିଖରେ ହେବାକୁ ଥିବା ଆନ୍ଦୋଳନକୁ ବହୁଳ ଭାବରେ ସମର୍ଥନ କରିବାକୁ ନିଷ୍ପତ୍ତି ନିଆଗଲା । ସବୁ ବେଳେ ଚାଷୀମାନଙ୍କ ଅସୁବିଧାରେ ଛିଡା ହୋଇ ଲଢ଼ିବା ଓ କୃଷକମାନଙ୍କ ସମସ୍ତ ପ୍ରକାର ଅସୁବିଧାରେ ଏହି ସଂଗଠନ କାର୍ଯ୍ୟ କରିବା ସଂଗଠନର ମୂଳ ଲକ୍ଷ ବୋଲି ସଂଘର ବ୍ଲକ ସଭାପତି ଅରବିନ୍ଦ ପଣ୍ଡା ଆହ୍ୱାନ କରିଥିଲେ । ଏହି କମିଟିରେ ପ୍ରଫୁଲ୍ଲ କୁମାର ପଧାନ ସଭାପତି, ମଦନ ଭୋଇ ଉପସଭାପତି, ରମେଶ ବେହେରା ସମ୍ପାଦକ, ନିରଞ୍ଜନ ପଧାନ ସହ ସମ୍ପାଦକ, ବିଷ୍ଣୁ ଦିଶ୍ରୀ କୋଷାଧ୍ୟକ୍ଷ, ଉପଦେଷ୍ଟା ଦୁର୍ଗା ପ୍ରସାଦ ସାହୁ, ପରଦେଶୀ ପଧାନ, ଗୋପାଳ ଭୋଇଙ୍କୁ ଚୟନ କରି ୨୧ ଜଣିଆ କମିଟି ଗଠନ କାରାଯାଇ ସର୍ବ ସମ୍ମତି କ୍ରମେ ସଂଗଠନର ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଚାଷୀମାନଙ୍କ ପାଇଁ ରାଜ ବୋଡାସମ୍ବର କୃଷକ ସଙ୍ଗଠନରେ ଏକଜୁଟ ହୋଇ କାମ କରିବା ପାଇଁ ଆଲୋଚନା କରାଗଲା । ଏହି ବୈଠକରେ ରାଜ ବୋଡାସମ୍ବର କୃଷକ ସଙ୍ଗଠନ ଗାଇସିଲେଟ ବ୍ଲକର ସଭାପତି ଅରବିନ୍ଦ ଚନ୍ଦ୍ର ପଣ୍ଡା, ସମ୍ପାଦକ ଗଜପତି ସାହୁ, ସୁବାଷ ଚନ୍ଦ୍ର ନନ୍ଦ, ଅଗାଧୁ ସାହୁ, ଯୁଗଳ କିଶୋର ସାହୁ ପ୍ରମୁଖ ଉପସ୍ଥିତ ରହି ସଂଗଠନର ବିଭିନ୍ନ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରି ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.