oom

ଅଖିଳ ଭାରତୀୟ ଗୋଣ୍ଡ କ୍ଷତ୍ରୀୟ ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ତା ଗ୍ରାମ ପଞ୍ଚାୟତ ଭୂଇଁଖାର ଗ୍ରାମ ଠାରେ ସକିଜ ଗୋଣ୍ଡ ସମାଜର ବାର୍ଷିକ ବୈଠକ ସମାଜ ସଭାପତି ସୁକଦେବ ମାଝିଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ହୋଇଯାଇଛି । ସଭା ଆରମ୍ଭରେ ଶ୍ରୀ ଶ୍ରୀ ଚତୁର୍ଦ୍ଧା ମୂର୍ତ୍ତି ବୁଢାଦେଓଙ୍କ ପୂଜା ଅର୍ଚ୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ନଅ ଗୋଟି ଗ୍ରାମର ମେମ୍ବର ଓ ବିଭିନ୍ନ ପଦ ପଦବୀରେ ଥିବା ସମାଜ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ଏହି ବୈଠକରେ ନଅ ଗୋଟି ଗ୍ରାମର ମହିଳାମାନଙ୍କୁ ନେଇ ଏକ ମହିଳା କମିଟି ଗଠନ କରାଯାଇଥିଲା । ପ୍ରତ୍ୟେକ ଗ୍ରାମରୁ ଦୁଇ ଜଣ ମହିଳାମାନଙ୍କ ମଧ୍ୟରୁ ସଭାପତି ଶ୍ରୀମତୀ ସୂର୍ୟ୍ୟ ଧରୁଆ, ଉପ ସଭାପତି ଶ୍ରୀମତୀ ନୂଆଁଦେଇ ଦାଉ, ସଂପାଦିକା ଶ୍ରୀମତୀ କାଞ୍ଚନ ଧରୁଆଙ୍କୁ ମନୋନୀତ କରାଯାଇଛି । ମହିଳା କମିଟିର ନୂତନ କାର୍ଯ୍ୟକର୍ତ୍ତାମାନଙ୍କୁ ପୁଷ୍ପମାଲ୍ୟ ଓ ଉପଢ଼ୌକନ ଦେଇ ସ୍ୱାଗତ କରାଯାଇଥିଲା । ବୈଠକରେ ଏକ ବର୍ଷର ଆୟ ବ୍ୟୟ ଓ ସମାଜକୁ କିପରି ସୁଦୃଢ କରିବା ନେଇ ଆଗାମୀ ଦିନରେ ସଙ୍ଗଠନକୁ ମଜଭୁତ କରିବା ପାଇଁ ମତବ୍ୟକ୍ତ କରିଥିଲେ । ସଭାରେ ପୂର୍ବତନ ସଭାପତି ଧନେଶ୍ଵର ଭୋଏ, ବିଭିଷଣ ଦିୱାନ, ସଫଳ ସିଂ ଧରୁଆ, ଭୋଜରାମ ଧରୁଆ, ଆନନ୍ଦ ପୁଟା, ଗୋବର୍ଦ୍ଧନ ପୁଟା, ପ୍ରଭୁନନ୍ଦ ଧରୁଆ, ରମେଶ ଧରୁଆ, ଟେଙ୍ଗୁନୁ ଧରୁଆ, ଗୌରେସନ ଦାଉ, ଜୟଲାଲ ମରେଇ, ସୁକଲାଲ ଦାଉ, ସୁବ୍ରତ ସିଂ ଦିୱାନ, କୈଶଲ୍ୟା ଧରୁଆ, ସାବିତ୍ରୀ ଧରୁଆ, ଝୁନିଆ ପୁଟା ମଧୁରା ଦାଉ, ସୁରତି ଧରୁଆ, ଯମୁନା ଦାଉ ପ୍ରମୁଖ ମତବ୍ୟକ୍ତ କରିଥିଲେ । ଏହି ବୈଠକକୁ ଭୂଇଁଖାର ଗ୍ରାମର ବିଜୟ କୁମାର ସିଂ ଭୋଏ, ଭୋଜରାମ ଧରୁଆ, ଅଭିମନ୍ୟୁ ଭୋଏ, ପୂଣ୍ୟ ଧରୁଆ ଆଦି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଶେଷରେ ସମାଜ ଉପସଭାପତି ଶ୍ରୀ ଦୁର୍ଯ୍ୟୋଧନ ପୁଟା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.