jayashree

ନିଖିଳ ଓଡିଶା ଆଶା କର୍ମୀ ସଂଘର ବଲାଙ୍ଗିର ସହରାଞ୍ଚଳ ନୂତନ କାର୍ଯ୍ୟକାରୀ କମିଟି ଗଠନ ଓ ଆସନ୍ତା ତା.୨୮ ଓ ୨୯ ତାରିଖ ଦୁଇ ଦିନିଆ ସର୍ବଭାରତୀୟ ସାଧାରଣ ଧର୍ମଘଟକୁ ସଫଳ ରୂପାୟନ ଦେବାକୁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରାଞ୍ଚଳ କମିଟି ରୁଗୁଡିପଡା ସ୍ଥିତ ଏଆଇଟିୟୁସି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ତୀର୍ଥ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଏଆଇଟିୟୁସି ଜିଲ୍ଲା ସଭାପତି ବିଭୁଦତ୍ତ ମିଶ୍ରଙ୍କ ତତ୍ତ୍ୱାବଧାନରେ ନୂତନ ବଲାଙ୍ଗିର ସହରାଞ୍ଚଳ କମିଟି ଗଠନ କରାଯାଇଥିବା ବେଳେ ସର୍ବ ସମ୍ମତି କ୍ରମେ ସଭାପତି ସାସ୍ୱତି ଦାଶ, ସଂପାଦିକା ସଂଜୁ ବାଗ, ଉପ-ସଭାପତି ସରସ୍ୱତି ଗଡୁଆ, ସହ-ସଂପାଦିକା ପୁଷ୍ପାଞ୍ଜଳି ବିଶି, କୋଷାଧ୍ୟକ୍ଷା ମାନସି ସ୍ୱାଇଁ, କାର୍ଯ୍ୟକାରୀ ସଭ୍ୟ ସୁନିତା ବାରିକ ଓ ଦମୟନ୍ତି ମହାନନ୍ଦଙ୍କୁ ସର୍ବସମ୍ମତିକ୍ରମେ ମନୋନିତ କରାଯାଇଛି ।ଉକ୍ତ ସଭାରେ ଜିଲ୍ଲା ସଂଘର ପରାମର୍ଶଦାତା ଦୁର୍ଯ୍ୟୋଧନ ବିଶ୍ୱାଲ ନୂତନ କମିଟିର ସଭ୍ୟଙ୍କୁ ସଂଗ୍ରାମୀ ଅଭିବାଦନ ଜଣାଇ ଧନ୍ୟବାଦ ପ୍ରଦାନ କରିଥିଲେ । ସଭା ପରିଚାଳନା ଦେବାଶିଷ ବାବୁ ସୁଚାରୁ ରୁପେ କାର୍ଯ୍ୟ ସଂପାଦନ କରିଥିଲେ ଓ ଅତିଥିମାନଙ୍କୁ ଧନ୍ୟବାଦ ଘୋଷଣା କରିଥିଲେ । ଆସନ୍ତା ତା.୨୮ ଓ ୨୯ ଦୁଇ ଦିନ ବ୍ୟାପି ସର୍ବଭାରତୀୟ ଧର୍ମଘଟକୁ ପୁର୍ଣ୍ଣ ସମର୍ଥନ ଦେବାକୁ ମିଳିତ ଭାବେ ଅତିଥିବୃନ୍ଦ ଆଶା କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଉକ୍ତ ସଭାରେ ପ୍ରଭାସିନି ରାଏ ପ୍ରମୁଖ ଭୂମିକା ଗ୍ରହଣ କରି ସହରାଞ୍ଚଳର ସମସ୍ତ ଆଶା କର୍ମୀଙ୍କୁ ଏକତ୍ରିତ କରିବା ସହିତ ସଭାକୁ ସଫଳ ରୂପାୟନ ଦେଇ ସାଙ୍ଗ ଘୋଷଣା କରିଥିଲେ ।

Leave A Reply

Your email address will not be published.