ରାଜ୍ୟ ବିଜୁ ଜନତା ଦଳର ମହିଳା ଶାଖାର ଭର୍ଚୁଆଲ ବୈଠକ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ରାଜ୍ୟ ବିଜୁ ଜନତା ଦଳ ମହିଳା ଶାଖାର ଭର୍ଚୁଆଲ ମୋଡରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ ଓ ନଗର ସଭାନେତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଏଥିରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚୂଡାନ୍ତ କାର୍ଯ୍ୟ ଓ ରଣନୀତି ସଂପର୍କରେ ଆଲୋଚନା କରାଯାଇଥିଲା । ସଭାକୁ ମହା ସଚିବ କସ୍ତୁରୀ ମହାପାତ୍ର ପରିଚାଳନା କରିଥିବା ବେଳେ ଅତିଥି ଭାବେ ବିଜୁ ଜନତା ଦଳର ସଂଗଠନ ସଂପାଦକ ପ୍ରବଣ ପ୍ରକାଶ ଦାସ ଯୋଗ ଦେଇଥିଲେ । ଏଥିରେ ବରଗଡ଼ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ନୀଳ କୁମାରୀ ନାଏକ ଏବଂ ବରଗଡ଼ ସହର ସଭାନେତ୍ରୀ କଳ୍ପନା ମାଝୀ ଭାଗ ନେଇ ଥିଲେ ।

Leave A Reply

Your email address will not be published.