
ଟିଟିଲାଗଡ, (ଗୌରବ ଦର୍ଜୀ) :
ଟିଟିଲାଗଡ ବ୍ଲକ୍ ଅନ୍ତର୍ଗତ ସେଳୁଆ ଗ୍ରାମର ବଜାର ପଡିଆ ଠାରେ ଏକ ସାଙ୍ଗଠନିକ ବୈଠକ ଯୁବ ଯାଦବ ସଂଗଠକ ହାରେଶ ବଗର୍ତ୍ତୀ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଏହି ବୈଠକ ରେ ପ୍ରଭୁ ଶ୍ରୀକୃଷ୍ଣ ଓ ଇଷ୍ଟଦେବୀ ଚଣ୍ଡୀ ସମଲେଇଙ୍କ ପୂଜାର୍ଚ୍ଚନା ହୋଇଥିଲା ପରେ ମାର୍ଲାଡ ଓ ଶେଲୁଆ ଗ୍ରାମପଞ୍ଚାୟତ ସ୍ତରୀୟ ଯୁବ ଯାଦବ ମହାସଭା କମିଟି ଗଠନ କରାଯାଇଥିଲା । ଏହି ସଭା ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ବାଳକୃଷ୍ଣ ଷଣ୍ଢ ପୂର୍ବତନ ସମ୍ପାଦକ ଉତ୍କଳ ଯାଦବ ମହାସଭା, ସମ୍ମାନିତ ଅତିଥି ମନୋଜ କୁମାର ହାତୀ ଜିଲ୍ଲା ସଂଯୋଜକ ଜିଲ୍ଲା ଯାଦବ ମହାସଭା ବଲାଙ୍ଗୀର, ଦିନେଶ ନାଗ ସାଧାରଣ ସମ୍ପାଦକ ଉତ୍କଳ ଯାଦବ ମହାସଭା ଛାତ୍ର ଶାଖା, ଧନେଶ୍ଵର ଛତର ଉପଦେଷ୍ଟା ଯାଦବ ମହାସଭା,କୁନା ଭାଟି ପର୍ଜବେକ୍ଷ୍ୟେକ ତଥା ଟିଟିଲାଗଡ ନଗର ସଭାପତି ଯାଦବ ମହାସଭା,ବୀରବର ପୋଢ଼ ସମିତି ସଭ୍ୟ ମାରଲାଡ ଗ୍ରାପ,କୃଷ୍ଣ ଚନ୍ଦ୍ର ହାତୀ,ହରିହର କଟା,କଟକିଆ କଟା,ପିତାମ୍ବର ବାଗର୍ତି ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ଷଣ୍ଢ ଯାଦବ ମାନଙ୍କ ଶିକ୍ଷା ଅଗ୍ରଗତି ନିହାତି ହେବା ଦରକାର ବୋଲି ବକ୍ତବ୍ୟରେ କହିଥିଲେ । ମାର୍ଲାଡ ଗ୍ରାମପଞ୍ଚାୟତରୁ ସଭାପତି ରୂପେ କ୍ଷମାସାଗର ହାତୀ, ଉପସଭାତି ବସୁ ହାତୀ, ସାଧାରଣ ସମ୍ପାଦକ ବାବୁଲାଲ ବାଗ, ସମ୍ପାଦକ କ୍ଷିରସିନ୍ଧୁ ପୋଡ଼, କୋଷାଧ୍ୟକ୍ଷ ଲୋଚନ ବଗର୍ତ୍ତୀ ରୂପେ ଚୟନ କରାଯାଇଛି । ସେଲୁଆ ଗ୍ରାମପଞ୍ଚାୟତରୁ ତଥାଗତ କଟା ସଭାପତି, ଉପସଭାପତି ନବୀନ ବଗର୍ତ୍ତୀ, ସାଧାରଣ ସମ୍ପାଦକ ମିସ୍ତ୍ରୀ ବଗର୍ତ୍ତୀ,ସମ୍ପାଦକ ବନମାଳୀ ବଗର୍ତ୍ତୀ,କୋଷାଧ୍ୟକ୍ଷ ସିମାଞ୍ଚଲ୍ ହାତୀଙ୍କୁ ମନୋନୀତ କରାଯାଇଥିଲା।
