oom

ସଇଁନ୍ତଳା ବ୍ଲକ କଂଗ୍ରେସର ସାଙ୍ଗଠାନିକ ବୈଠକ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ମନ୍ତ୍ରୀ ତଥା ବିରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂ ଭୋଇଙ୍କ ସଭାପତିତ୍ୱରେ ସ୍ଥାନୀୟ କଂଗ୍ରେସ କାର୍ୟ୍ୟାଳୟରେ ବ୍ଲକ ପୁନଃଗଠନ ସମ୍ବନ୍ଧୀୟ ଏକ ଜରୁରୀକାଳିନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିଥି ମାନଙ୍କୁ ଜୋନ ସଭାପତି ଦିନେଶ କୁମାର ଶର୍ମା, ଦୀପକ ଅଗ୍ରୱାଲ, ରଞ୍ଜିତ ସିଂ ଓ ଦେବେନ୍ଦ୍ର ଯୋଶୀ ଉପଢୌକନ ଫୁଲ ଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । ସୁବ୍ରତ ବେହେରା ସଭା ପରିଚାଳନା କରିଥିବା ବେଳେ ବ୍ଳକ କଂଗ୍ରେସ ସଭାପତି ଗୁଣସାଗର ମାଝୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉକ୍ତ ସାଙ୍ଗଠାନିକ ସଭାରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବଲାଙ୍ଗିର ଜିଲ୍ଲା ପର୍ୟ୍ୟବେକ୍ଷକ ଭାବେ ନିୟୋଜିତ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ଯୋଗ ଦେବା ସହ ପୁନଃଗଠନ ସମ୍ବନ୍ଧୀୟ ନିୟମାବଳୀ ବିସ୍ତୃତ ଭାବେ ବର୍ଣ୍ଣନା କରିବା ସଂଗେ ସଂଗେ ତୃଣମୂଳ ସ୍ତରରୁ ସଙ୍ଗଠନକୁ ସୁଦୃଢ କରିବା ସହ ଆହ୍ୱାନ ଦେଇଥିଲେ । ଅନ୍ୟତମ ଅତିଥି ବଲାଙ୍ଗିର ଜିଲ୍ଲା କଂଗ୍ରେସ ସଭାପତି ଦିଲିପ କୁମାର ବେହେରା କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ କୃଷି ମାରଣା ନୀତି ଉପରେ ଆଲୋକପାତ କରିବା ସହ ଆଗାମୀ ଦିନରେ କୃଷକ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ମତବ୍ୟକ୍ତ କରିଥିଲେ । ପୁର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଚାଷୀମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାର ଅବହେଳା କରୁଥିବା ବେଳେ ଏନେଇ ଅସନ୍ତୋଷ ପ୍ରକାଶ କରିବା ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରରୁ ବଲାଙ୍ଗିର ଜିଲ୍ଲା କଂଗ୍ରେସ ଜିଲ୍ଲା ସଭାନେତ୍ରୀ ମିଲନୀ ସାହୁ, ସଇଁନ୍ତଳ ବ୍ଳକ ଅଧ୍ୟକ୍ଷ। ଅହଲ୍ୟା ମଲ୍ଲିକ, ପ୍ରବକ୍ତା ସାନନ୍ଦ କୁମାର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ମତ ପ୍ରଦାନ କରିଥିଲେ। ପୁନଃ ବ୍ଳକ କଂଗ୍ରେସ ସଭାପତି ଭାବେ ଗୁଣସାଗର ମାଝୀଙ୍କୁ ନିର୍ଦ୍ଵ‌ନ୍ଦରେ କଂଗ୍ରେସ କର୍ମୀ ମାନେ ସମର୍ଥନ ଜଣାଇଥିଲେ। ଏଥିରେ କଂଗ୍ରେସ ଦଳର ଶତାଧିକ କର୍ମୀ ମାନେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.