ହିରାଖଣ୍ତ ବିଦ୍ୟୁତ କର୍ମଚାରୀ ସଂଘର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ବିନ୍ଧ୍ୟବାସିନୀ ଅତିଥି ଭବନ ପରିସରରେ ବୁଧବାର ହିରାଖଣ୍ତ ବିଦ୍ୟୁତ କର୍ମଚାରୀ ସଂଘର ଏକ ବୈଠକ ମହାସଂଘ ଉପସଭାପତି ଭରତ ଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବଡ ଶତପଥି, ମୁଖ୍ୟବକ୍ତା ଭାବେ ମଣ୍ଟୁ ବେହେରା, ସମ୍ମାନିତ ଅତିଥି ଭାବରେ ସହଦେବ ବାଗ, ଚୌବର୍ଗ ସାହୁ ଯୋଗଦେଇ ସଂଘର ବିଭିନ୍ନ ଉନ୍ନତିମୂଳକ କାମ ତଥା କର୍ମଚାରୀମାନଙ୍କ ସୁରକ୍ଷା ଓ ଜନସାଧାରଣଙ୍କ ସହ ସୁସର୍ମ୍ପକ ରଖି ଉତ୍ତମ ସେବା ଦେବା ପାଇଁ ମତାମତ ରଖିଥିଲେ । ହିରାଖଣ୍ତ ବିଦ୍ୟୁତ କର୍ମଚାରୀ ସଂଘର କାର୍ଯ୍ୟକଳାପ ପ୍ରତି ଅକୃଷ୍ଟ ହୋଇ ପାଇକମାଲ ଓ ଝାରବନ୍ଧ ସେକ୍ସନର ନୂତନ ଭାବେ କାର୍ଯ୍ୟରତ ଥିବା ୬୦ ଜଣ କର୍ମଚାରୀ ଏହି ସଂଘ ପ୍ରତି ଆକୃଷ୍ଟ ହୋଇ ଯୋଗଦାନ କରିଥିଲେ । ସୁଧାକର ଗଡତିଆ, ସିଦ୍ଦେଶ୍ୱର ସାହୁ, ବିଭୁତି ଭୁଷଣ ମେହେର ବିଭିନ୍ନ କାମରେ ସହଯୋଗ କରିଥିବା ବେଳେ ଶଶାଙ୍କ ଶେଖର ସାହୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.