ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖାରେ ବଙ୍ଗୋମୁଣ୍ଡା ବ୍ଲକ ଓଡିଶା ଜୀବିକା ମିଶନର ଏମବିକେ, ସିଆରପି ଓ ବ୍ୟାଙ୍କ ମିତ୍ରମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ସିନ୍ଧେକେଲା, ଅର୍ଶାତୁଲା, ଅଲଣ୍ଡା, ଗନ୍ଧର୍ଲା, ଝଲପ ୫ଟି ପଂଚାୟତର ୩୬ ଜଣ ସିଆରପି ଓ ୫ ଜଣ ଏମବିକେ.ଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଉକ୍ତ ବୈଠକରେ ବ୍ୟାଙ୍କ ଶାଖା ପରିଚାଳକ ପ୍ରଦୀପ୍ତ କୁମାର ଦାଶ ଅଧ୍ୟକ୍ଷତା କରିଥିଲେ । ସମସ୍ତ ପୁରୁଣା ଋଣ ଖିଲାପୀ ସ୍ୱଂୟ ସହାୟକ ଗୋଷ୍ଠୀମାନଙ୍କର ଋଣ ପରିଶୋଧ, ନୂତନ ଋଣ ପ୍ରଦାନ ପାଇଁ ୩୬ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଚୟନ କରାଯାଇଥିଲା । ମାର୍ଚ୍ଚ ମାସ ପୂର୍ବରୁ ସମସ୍ତ ଋଣ ପୂରଣ କରିବାକୁ ବ୍ୟାଙ୍କ ଶାଖା ପରିଚାଳକ କହିଥିଲେ । ବିପିଏମ୍ ବିଜୟ ବେହେରା, ବିଏଲସି ସତ୍ୟପ୍ରିୟ ବେହେରା, ବ୍ୟାଙ୍କ ମିତ୍ର ମନ୍ଦାକିନୀ ସୁନା ପ୍ରମୁଖ ଉପସ୍ଥିତ ଥିଲେ ।