jayashree

ରାଜ୍ୟ ଏକ୍ସକ୍ୟାଡ଼ର ଶିକ୍ଷକ ସଂଘର ବୈଠକ

ଭୁବନେଶ୍ୱର, (ମମତା ମହାକୁର) : ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡ଼ର) ମହାସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭୁବନେଶ୍ୱର ସ୍ଥିତ ଏକାମ୍ର ଭବନଠାରେ ରାଜ୍ୟ ସଭାପତି ଶରତ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ବୈଠକରେ ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ଖମାରୀ ସଭାର ଉଦେଶ୍ୟ ଓ ଲାଗି ରହିଥିବା ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ ଯଥା ଏନ୍‌ପିଏସ୍‌ କର୍ତନ, ୬ ମାସର ବକେୟା ଦରମା ଓ ନିୟମିତରୁ ବଂଚିତ ଗଣଶିକ୍ଷକଙ୍କ ନିୟମିତ ହେବା । ଓଟିଇଟିର ସମୟ ସୀମା ବୃଦ୍ଧି ପାଇଁ ଦିଲ୍ଲୀ ଗସ୍ତ କରିଥିବା ୮ ଜଣିଆ ପ୍ରତିନିଧି ଦଳ କେନ୍ଦ୍ର ସରକାରଙ୍କ ସହ ହୋଇଥିବା ଆଲୋଚନା ସମ୍ପର୍କରେ ସମୀକ୍ଷା କରିଥିଲେ । ଏହିସବୁ କାର୍ଯ୍ୟକୁ ମହାସଂଘ କିପରି ତ୍ୱରାନ୍ୱିତ କରି ୨୨ ହଜାର ପରିବାର ମୁହଁରେ ହସ ଫୁଟାଇବ ଉପସ୍ଥିତ କାର୍ଯ୍ୟକର୍ତା ମାନେ ମତ ରଖିଥିଲେ । ଏହା ସହିତ ଏକ୍ସକ୍ୟାଡ଼ର ଶିକ୍ଷକଙ୍କ ଏନ୍‌ପିଏସ୍‌ ପାଇଁ ନଭେମ୍ବର ୧୫ ସୁଦ୍ଧା ତାଲିମ ଓ ନଭେମ୍ବର ମାସ ଦରମାରୁ କର୍ତନ ହେବାର ଦୃଢ଼ ପ୍ରତିଶୃତି ସରକାରଙ୍କଠାରୁ ମିଳିଥିବା ସୂଚନା ମହାସଂଘରେ ଆଲୋଚନା ହୋଇଥିଲା । ଏତତ ବ୍ୟତିତ ମୃତ ଏକ୍ସକ୍ୟାଡ଼ର ଶିକ୍ଷକ ପରିବାରରୁ ଥଇଥାନ ନୀତିରେ ଚାକିରୀର ନିର୍ଦେଶନାମା କିପରି ଶୀଘ୍ର ପ୍ରକାଶ ପାଇବ ତାହା ମହାସଂଘ ଜଣାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଜୟନ୍ତୀଲାଲ ସାହୁ, କୋଷାଧ୍ୟକ୍ଷ ବିଜୟ ମିଶ୍ର, ଉପସଭାପତି ସୁରେନ୍ଦ୍ର ମଳିକ, ବିଶ୍ୱରଞ୍ଜନ ଦାସ, ପ୍ରମୋଦ ବେହେରା, ଉମେଶ ଭୋଇ, ରାଜକିଶୋର ପ୍ରଧାନ, ଉମେଶ ସ୍ୱାଇଁ, ସୁଦର୍ଶନ ବରାଳ, ଜିତେନ ପାଣି ସହ ୩୦ଟି ଜିଲ୍ଲାର କାର୍ଯ୍ୟକର୍ତା ଯୋଗଦେଇଥିଲେ । ଶେଷରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ରଂଜୁ ଅମାତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.