ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ତୈଳିକ ବୈଶ୍ୟ ସାହୁ ସମାଜର ଜିଲ୍ଲା କମିଟିର ତତ୍ତ୍ୱାବଧାନରେ ସାହୁ ସମାଜର ନିୟମାବଳୀ ଓ ସାଙ୍ଗଠନିକ କାର୍ଯ୍ୟ ପ୍ରଣାଳୀ ଉପରେ ସ୍ଥାନୀୟ ସିଦ୍ଧିବିନାୟକ କଲ୍ୟାଣ ମଣ୍ଡପ ଠାରେ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଭାପତି ଭିକାରି ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲାର ସମସ୍ତ ବ୍ଲକ ଓ ପଂଚାୟତ ଯୋନର ସଭାପତି ଓ ସମ୍ପାଦକମାନେ ଅଂଶ ଗ୍ରହଣ କରିଥିଲେ । ମନୋରଞ୍ଜନ ସାହୁ (ମନ ମାଷ୍ଟ୍ରେ), ଉପଦେଷ୍ଠା, ଜିଲ୍ଲା କମିଟିର ଆଇନ ପରାମର୍ଶଦାତା ରାଜକିଶୋର ସାହୁ, ଉପ ସଭାପତି ମାର୍କଣ୍ଡ ସା ଓ ତୋଷବନ୍ତ ସାହୁ, ସମ୍ପାଦକ ଡ. ଭକ୍ତ ପୂରଣ ସାହୁ, କୋଷାଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ସାହୁ, ବରିଷ୍ଠ ସଭ୍ୟ ବେଣୁଧର ସାହୁ ମଂଚାସୀନ ଥିଲେ । ଆଇନ ପରାମର୍ଶଦାତା ରାଜକିଶୋର ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ସମ୍ପାଦକ ଜାତିର ସମ୍ବିଧାନ ପୁସ୍ତିକା ପାଠ କଲା ପରେ ଆଲୋଚନା ଓ ପ୍ରଶ୍ନୋତ୍ତର ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରାଯାଇଥିଲା । ଏହି କର୍ମଶାଳାରେ ତୈଳିକ ବୈଶ୍ୟ ସାହୁ ଜାତିର ସାମାଜିକ ଏକତାକୁ ବଜାୟ ରଖିବା, ସଂଗଠନକୁ ମଜଭୁତ କରି ଅପସଂସ୍କୃତି ଠାରୁ ଦୂରେଇ ରହିବା ପାଇଁ ମତ ପ୍ରକାଶ ପାଇଥିଲା । ଦୁଇଟି ଅଧିବେଶନରେ ଅନୁଷ୍ଠିତ ଏହି ସଭାରେ ବରଗଡ଼ ସଭାପତି ପ୍ରେମରାଜ ସାହୁ, ଭେଡେନ ସଭାପତି ନବକିଶୋର ମେହେର, ସୋହେଲା ସଭାପତି ବୁଦ୍ଧଦେବ ସାହୁ, ପଦ୍ମପୁର ଉପସଭାପତି ପଞ୍ଚାନନ ସାହୁ, ଗାଇସିଲେଟ ସଭାପତି ପରମେଶ୍ୱର ସାହୁ, ପାଇକମାଲ ସଭାପତି ବଳରାମ ସାହୁ, ଝାରବନ୍ଧ ସଭାପତି ଅଧ୍ୟାପକ ସାର୍ତ୍ତିକ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ପଦ୍ମପୁର ନଗର ପଂଚାୟତ କମିଟିର ସଭାପତି ବିଶେଶ୍ୱର ସାହୁ ସଭା ଆୟୋଜନରେ ସକ୍ରିୟ ସହଯୋଗ କରିଥିଲେ । ବରିଷ୍ଠ ଜିଲ୍ଲା କମିଟି ସଭ୍ୟ ପିତାମ୍ବର ସାହୁ ଧନ୍ୟବାଦ ଅର୍ପଣ କଲା ପରେ ସଭାପତି ସଭାସାଙ୍ଗ କରିଥିଲେ ।