ବାଲିଗୁଡା ମା’ ପାଟଖଣ୍ଡା ଠିକାଦାର ସଂଘର ବୈଠକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ମା’ ପାଟଖଣ୍ଡା ଠିକାଦାର ସଂଘର ଏକ ବୈଠକ ସଭାପତି ସ୍ଵପ୍ନେଶ୍ଵର ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଠିକାଦାର ମାନଙ୍କ ବିଭିନ୍ନ ଠିକା କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଛି । କନ୍ଧମାଳ ଜିଲ୍ଲା ବିଭିନ୍ନ ସରକାରୀ କାର୍ଯ୍ୟ ଗୁଡିକରେ ଠିକା କାର୍ଯ୍ୟ ସଂଘର ଅନୁମତି ବିନା ଅନ୍ୟ ଜିଲ୍ଲା ଠିକାଦାର ମାନଙ୍କୁ ବାରଣ କରାଯାଇଛି । ଏଥିରେ ନୂତନ ସଦସ୍ୟ ଗ୍ରହଣ କରାଯିବା ସହିତ ପ୍ରତି ବ୍ଲକରୁ ତିନି ଜଣ ସଦସ୍ୟ କାର୍ଯ୍ୟକାରିଣୀରେ ସାମିଲ ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ଏଥି ସହିତ ଠିକାଦାର ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦାରିଙ୍ଗବାଡି, କୋଟଗଡ, ତୁମୁଡିବନ୍ଧ, କ.ନୂଆଗାଁ ଏବଂ ବାଲିଗୁଡା ଅଞ୍ଚଳର ପ୍ରାୟ ୫୦ରୁ ଅଧିକ ଠିକାଦାର ଯୋଗ ଦେଇଥିଲେ । ଏଥିରେ ସଙ୍ଘ ଉପସଭାପତି ପ୍ରଦୀପ କୁମାର ନାୟକ, ପ୍ରକାଶ ନାୟକ, ସାଧାରଣ ସମ୍ପାଦକ ରଞ୍ଜିତ କୁମାର ସାହୁ, କୋଷାଧ୍ୟକ୍ଷ ଅଭୟ କୁମାର ପାତ୍ର ସମେତ ଦିବାକର ବେହେରା, ଜିତୁ ପାତ୍ର, ସୁଜିତ ପାଳ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.