ସାଲେଭଟା, (ସୁଶିଳ କୁମାର ମିଶ୍ର) : ସାଲେଭଟା ନିକଟସ୍ଥ ଗାଈଖାଇ ଡ୍ୟାମ୍ ଠାରେ ସହକାରୀ ଶିକ୍ଷକ ସଂଘର ଏକ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସହକାରୀ ଶିକ୍ଷକ ସଂଘର ସଭାପତି ବ୍ୟାସଦେବ ମିଶ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସେକ୍ସନ ଅଧିକାରୀ ରାଧାକାନ୍ତ ମାଝୀ, ସମ୍ମାନିତ ଅତିଥି ଭାବରେ ଜୁନିୟର କିରାଣୀ ରାମକୃଷ୍ଣ ତ୍ରିପାଠୀ, ଡିଇଓ ବିଭୂତି ପଟେଲ, ବକଟୀ କ୍ଲଷ୍ଟର ସିଆର୍ସିସି ବାବୁଲାଲ ସାହୁ, କୁଟାସିଂହା କ୍ଲଷ୍ଟରର ପୂର୍ବତନ ସିଆର୍ସିସି ନିରଞ୍ଜନ ପଧାନ ଏବଂ ବିଇଓ ଅଫିସର କର୍ମଚାରୀ କୃଷ୍ଣ ମିଶ୍ର ଉପସ୍ଥିତ ଥିଲେ । ମୁଖ୍ୟବକ୍ତା ଭାବରେ ଦୋରା କଲେଜ୍ର ଓଡ଼ିଆ ଅଧ୍ୟାପକ ଜଗଦୀଶ ଭୋଇ ଯୋଗଦାନ କରି ବୈଠକକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସଂଘର ସମ୍ପାଦକ ଅରୁଣ ଦାସ, ବିଶାଖା କାଲସାଏ, ପ୍ରସନ୍ନ ଭୋଇ, ଲାଲୁରାମ ମହାକୁର, ଶିବରାମ ନାଏକ, ଅକ୍ଷୟ ସାହୁ, ଖଗେଶ୍ୱର ଦ୍ୱାରୀ, ସଫିରା ବାଗ, ବିନୋଦ ପଟେଲ, ଯୁଗାନ୍ତ୍ରୀ ଦଣ୍ଡସେନା, ପଙ୍କଜିନୀ ବାରିକଙ୍କ ସହିତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।
Prev Post
Next Post