ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ଥାନା ଓ ଆମ ପୁଲିସ ସମିତି କମିଟିର ବୈଠକ ଇସ୍ପାତ ସେଣ୍ଟ୍ରାଲ ମାର୍କେଟ ଦୁର୍ଗା ପୂଜା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ମାର୍କେଟର ସଭାପତି ସୁଜିତ ସ୍ୱାଇଁ ଓ ସାଧାରଣ ସମ୍ପାଦକ ସନ୍ତୋଷ ସ୍ୱାଇଁଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେକ୍ଟର ୧୯ ଥାନା ପ୍ରଭାରୀ ବୈଦ୍ୟନାଥ ସାହୁ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଜନସାଧାରଣ ଓ ବ୍ୟବସାୟୀ ବନ୍ଧୁଙ୍କୁ ଆଇନ ସମ୍ପର୍କରେ ସଚେତନ କରାଇଥିଲେ । ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ ଭାରତୀୟ ନ୍ୟାୟ ସଂହିତା, ଘରୋଇ ହିଂସା, ନାରୀ କିଏ, ପିଲା ଓ ପ୍ରାପ୍ତ ବୟସ୍କ, ଯୌନ ନିର୍ଯ୍ୟାତନା, ଅପରାଧ କାହାକୁ କହିବା, ଯୌତୁକ ଦେବା ଓ ନେବା କିପରି ଅପରାଧ, ଭାରତୀୟ ସାକ୍ଷ୍ୟ ଅଧିନିୟମ, ଧର୍ତ୍ତବ୍ୟ ଅପରାଧ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିଥିଲେ । ସେହିପରି ପୁଲିସ ଶାସନକାରୀ ନୁହେଁ, ସେବାକାରୀ, ତେଣୁ ଜନସାଧାରଣ ପୁଲିସକୁ ସାହାଯ୍ୟ କରିବା ଦରକାର ବୋଲି ମତ ରଖିଥିଲେ । ସେହିପରି ଗାଡି ଚଲେଇବା ବେଳେ ଟ୍ରାଫିକ ନିୟମକୁ ମାନିବା, ହେଲମେଟ ବ୍ୟବହାର, ସିଟ୍ ବେଲ୍ଟ ବାନ୍ଧିବା, ସନ୍ଦିଗ୍ଧ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ଶ୍ରୀ ସାହୁ ଗୁରୁତ୍ୱାରୋପ କରିବା ସହ ଉପସ୍ଥିତ ବ୍ୟକ୍ତିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଏସ୍ଆଇ ଦୁର୍ଯ୍ୟୋଧନ ପ୍ରଧାନ, ଆମ ପୁଲିସ ତରଫରୁ କୁଞ୍ଜବିହାରୀ ରାଉତ, ସୁବାସ ଗୁପ୍ତା, ନିହାର ଦାସଙ୍କ ସମେତ ବହୁ ମାର୍କେଟ ସଦସ୍ୟମାନେ ଉପସ୍ଥିତ ଥିଲାବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଆରତୀ ନାୟକ, ରାଜା ତନ୍ତୀ, ମାନସୀ ଘୋଷ, କୈଳାଶ ବେହେରା, ଲୁସିଆ କୁଲ୍ଲୁ, ମୀନା ବାରିକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
Prev Post
Next Post