ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ବୁବେଲ ପଂଚାୟତ ବେଲବାହାଲି ଗ୍ରାମ ଅନ୍ତର୍ଗତ ଲକ୍ଷ୍ମୀନଗରରେ ଏକ ପ୍ରସ୍ତୁତି ବୈଠକ ପୂର୍ବତନ ବ୍ଲକ ସଭାପତି ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଓ ସାନନ୍ଦ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଆଗାମୀ ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖି ପୂର୍ବତନ ବ୍ଲକ ଅଧ୍ୟକ୍ଷ, ପୂର୍ବତନ ବ୍ଲକ ସଭାପତି, ସରପଂଚ ଓ ସମିତି ସଭ୍ୟ ତଥା ପୁଇଁନ୍ତଲା ବ୍ଲକର ଆଗଧାଡିର କଂଗ୍ରେସ କର୍ମୀମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବିଶିଷ୍ଟ ଆଇନଜୀବୀ ଅମରେନ୍ଦ୍ର ମିଶ୍ର (ବାବୁଲୁ) ଯୋଗଦାନ କରି ଆଗାମୀ ପଂଚୟତ ନିର୍ବାଚନରେ ୱାର୍ଡ ସଭ୍ୟ ଠାରୁ ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ, ସବୁଠି କଂଗ୍ରେସକୁ ବିଜୟ ଲାଭ କରାଇ ବ୍ଲକରେ କଂଗ୍ରେସକୁ ସୁଦୃଢ କରିବା ପାଇଁ ଆହ୍ୱାନ ଦେଇଥିଲେ । ପୂର୍ବତନ ଜିଲ୍ଲା ସଭାପତି ଦିଲୀପ ବେହେରା ଯୋଗଦାନ କରି କେନ୍ଦ୍ର ଓ ରାଜ୍ୟ ସରକାରର ବିଭିନ୍ନ ବିଫଳତା ତଥା ଚାଷୀ ମାରଣାନୀତି ବିରୁଦ୍ଧରେ ପୁଙ୍ଖାନୁପୁଙ୍ଖ ଭାବେ ଉପସ୍ଥିତ କର୍ମୀମାନଙ୍କୁ ଅବଗତ କରାଇଥିଲେ । ଆଜିର ଏହି ବୈଠକରେ ଦଳୀୟ ପରିଚାଳନା ଜିଲ୍ଲା ଠାରୁ ବ୍ଲକ ପର୍ଯ୍ୟନ୍ତ ସଠିକ୍ ଭାବେ ପରିଚାଳନା ହେଉନଥିବା ଉପସ୍ଥିତ ସଭ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ । ଯଥା ଗତ ୩ମାସ ତଳେ ସ୍ଥାନୀୟ ହୋଟେଲ ଠାରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନିଯୁକ୍ତ ପିସିସି ପର୍ଯ୍ୟବେକ୍ଷକ, ପିସିସି ଉପସଭାପତି ସନ୍ତୋଷ ସିଂ ସାଲୁଜା, ଜିଲ୍ଲା କଂଗ୍ରେସ ସଭାପତି ଏବଂ ପୁଇଁନ୍ତଲା ବ୍ଲକର ସମସ୍ତ ସକ୍ରିୟ ସଦସ୍ୟଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସର୍ବ ସମ୍ମତିକ୍ରମେ ପୁଇଁନ୍ତଲା ବ୍ଲକ କଂଗ୍ରେସ ସଭାପତି ପାଇଁ ୫ ଜଣଙ୍କ ନାମ ସୁପାରିଶ କରାଯାଇଥିଲା କିନ୍ତୁ ଦୁଃର୍ଭାଗ୍ୟର ବିଷୟ ପୁଇଁନ୍ତଲା ବ୍ଲକ କଂଗ୍ରେସ କମିଟିର ସହମତିକୁ ଏଡାଇ ଦେଇ ଜଣେ ଅଣ କଂଗ୍ରେସ, ଅପାରଗ ଯୁବକକୁ ପୁଇଁନ୍ତଲା ବ୍ଲକ କଂଗ୍ରେସ ସଭାପତି ଭାବେ ଘୋଷଣା କରି କଂଗ୍ରେସ ସଂଗଠନକୁ ଦୁର୍ବଳ କରିବା ପାଇଁ ଏକ କୁଚକ୍ରି ଗୋଷ୍ଠି ଷଡଯନ୍ତ୍ର କରିଛନ୍ତି ବୋଲି ଲୋଇସିଂହା ନିର୍ବାଚନ ମଣ୍ଡଳି ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ କୁମ୍ଭାର, ପୂର୍ବତନ ବ୍ଲକ ସଭାପତି ରାଜ କିଶୋର ବାବୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ହୃଦାନନ୍ଦ ଭୋଇ, ବିଶିଷ୍ଟ ଦଳିତ ନେତା ଜ୍ୟୋତିଷ ମୁଗ୍ରୀ, ପୂର୍ବତନ ସରପଂଚ ପଂଚାନନ ସେଠ ପ୍ରମୁଖ ନିଜ ବକ୍ତବ୍ୟରେ ଉଦ୍ବେଗ ପ୍ରକାଶ କରିଥିଲେ । ସଭା ପ୍ରାରମ୍ଭରେ ନବ ନିଯୁକ୍ତ ବଲାଙ୍ଗିର ନଗର କଂଗ୍ରେସ ସଭାପତି ବୁଲୁ ଦାନୀ ଏବଂ ରାଜ୍ୟ କିଶାନ କଂଗ୍ରେସ ସଂଯୋଜକ ସାନନ୍ଦ ମିଶ୍ରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଆଗାମୀ ପଂଚାୟତ ନିର୍ବାଚନ ଲଢେଇ କରିବା ପାଇଁ ବୈଠକରେ କର୍ମୀମାନେ ଉତ୍ସାହର ସହ ମତ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କାର୍ଯ୍ୟକାରୀ ସଭାପତି ମନୀଷ ମିଶ୍ର, ଆଗଲପୁର ବ୍ଲକ କଂଗ୍ରେସ ସଭାପତି ମନମୋହନ ପଟେଲ, ପୂର୍ବତନ ବ୍ଲକ ସଭାପତି ଲୋଇସିଂହା ଅରବିନ୍ଦ ସାହୁ, ସାନ୍ତନୁ ସିଂ, ସରପଂଚ ରବି ବସ୍ତିଆ, ମୋହିତ ମିଶ୍ର, ହିମାଂଶୁ ନନ୍ଦ, ଅନିରୁଦ୍ଧ ବଗର୍ତ୍ତି, ମନୋଜ ସାଏ, ଲଳିତ ପଟେଲ, ଶ୍ୟାମ ସୁନ୍ଦର ସାଏ, ସାରଙ୍ଗ ସାଏ, ସମୀର କୁମ୍ଭାର, ସୀତାରାମ କୁମ୍ଭାର, ତରଣୀସେନ ଦୀପ, ବସୁଦେବ ନାଏକ, ଯୁବନେତା ଜିତୁ ମନହିରା, ସଂଜୀବ କ୍ଷେତି, ସରୋଜ ଡାଙ୍ଗ, ଦେବରାଜ ମହାକୁର, ବିକ୍ରମ ଡାଙ୍ଗ, ଦେବହରି ବାଗ, ତୀର୍ଥ ମେଲ୍ଲୀ, କ୍ଷମାନିଧି ସାହୁ, ଗରିବ ସାହୁ, ସମିତି ସଭ୍ୟ ସୁଦାମ ନନ୍ଦ, ବେଲବାହାଲି ଗଉଁନ୍ତିଆ ବେଣୁଧର ସାଏ, କଲାକାହ୍ନୁ ସାଏ, ସୁଦାମ ପଟେଲ, ପ୍ରିୟବନ୍ଧୁ ସାଏ, ଅଚ୍ୟୁତ ବେହେରା, ବିଶେଶ୍ୱର ଚନ୍ଦନ, ବୁଲୁ ମନହିରା, ଭରତ ମନହିରା, ରିଙ୍କୁ ବାଗ, ରାଜିନ ମହାକୁର, ଯୁଗେଶ୍ୱର ପାଣ୍ଡେ, ରାମ କାଲସାଏ, ମକାରୁ ସେଠ, ବାବୁଲାଲ ଷାଣ୍ଢ, ସୁନିଲ ମିଶ୍ର ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । ଶେଷରେ ଦଳିତ ନେତା ଜ୍ୟୋତିଷ ମୁଗ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ।