- ନୂତନ ପଞ୍ଚାୟତସ୍ତରୀୟ କର୍ମକର୍ତ୍ତା ଚୟନ
- ବ୍ଲକସ୍ତରୀୟ ଆଦିବାସୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଲିଶିରାଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବ୍ଲକ ଶାଖାର ଏକ ବୈଠକ ବ୍ଲକ ଆଦିବାସୀ କଲ୍ୟାଣ ସଂଘ ସଭାପତି ଲକ୍ଷ୍ମୀକାନ୍ତ ଧରୁଆଙ୍କ ସଭାପତିତ୍ୱରେ ସ୍ଥାନୀୟ ବଜାର ପ୍ରାଙ୍ଗଣଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡିଶା ଆଦିବାସୀ ମହାସଂଘ ଉପସଭାପତି ସୁରେଶ ଭୋଇ,ସମ୍ମାନୀତ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ମୁରିବାହାଲ ବ୍ଲକ ଉପସଭାପତି ସଂଙ୍କୀର୍ତ୍ତନ୍ୟ ଶିକା, ସମ୍ପାଦକ ମଧୁ ଯାନୀ, ସହ ସମ୍ପାଦକ ତୁଳସୀରାମ ଭୋଇ ଓ ଆଦିବାସୀ ଦେବାଦେବୀ ପୂଜାର ପାଟ ଢୁଲିଆ ସୁଦର୍ଶନ ଦୀପ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ମାଲିଶିରା ପଞ୍ଚାୟତ ପାଇଁ ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା । ଏଥିରେ ସଭାପତି ଭାବେ ପ୍ରମୋଦ ଧରୁଆ, ଉପସଭାପତି ପରୀକ୍ଷିତ ଭୋଇ, ଉପସଭାପତି ବୈଚନ୍ଦ୍ର ଭୋଇ, ସମ୍ପାଦକ ଶୁକଦେବ ଭୋଇ, ସହସମ୍ପାଦକ ହରିଶ୍ଚନ୍ଦ୍ର ଯାନୀ, ଉପଦେଷ୍ଟା ଉମାକାନ୍ତ ଧରୁଆ, ଲିଙ୍ଗରାଜ ମାଝୀ, ବାଲି ଧରୁଆ, କ୍ଷୀରଧର ଯାନୀ, ସୁଦର୍ଶନ ଧରୁଆଙ୍କୁ ମନୋନୀତ କରାଯାଇଥିଲା । ଏଥିରେ ବ୍ଲକସ୍ତରୀୟ ବିରାଟ ଆଦିବାସୀ ମହୋତ୍ସବ ପାଇଁ ବିସ୍ତୃତ ଆଲୋଚନା କରାଯାଇ ଜଳ, ଜମି, ଜଙ୍ଗଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଆଦିବାସୀମାନଙ୍କର ହକ ଅଧିକାର ପାଇଁଁ ଆଲୋକପାତ କରାଯାଇଥିଲା । ଏଥିରେ ପିତାମ୍ବର ଭୋଇ, ବାଲି ଧରୁଆ, କ୍ଷୀରଧର ଯାନୀ, ହିରୋଦାସ ଭୋଇ, ଶମ୍ଭୁ ଭୋଇ, ଝସକେତନ ମାଝୀ, ପୀତବାସ ଭୋଇ ସାହାଯ୍ୟ କରିଥିଲେ । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ମୁରିବାହାଲ ବ୍ଲକ ଉପସଭାପତି ସଂଙ୍କୀର୍ତ୍ତନ ଶିକା ସଂଯୋଜନା କରିଥିଲେ ଓ ପରିକ୍ଷିତ ଭୋଇ ଧନ୍ୟବାଦ ଦେଇଥିଲେ ।