ବଲାଙ୍ଗିର ମାଲପଡା ନାଗରିକ କମିଟିର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ନାଗରିକ କମିଟିର ବୈଠକ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ପଡାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସଭ୍ୟମାନେ ଆଲୋଚନାରେ ଭାଗ ନେଇ ପଡାରେ ବର୍ତ୍ତମାନ ପାନୀୟ ଜଳର ସମସ୍ୟା ଦେଖାଦେଇଛି ତେଣୁ ପଡାରେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଏକ ଓଭର ଟ୍ୟାଙ୍କ ନିର୍ମାଣ କରାଯିବା ପାଇଁ ଜନସ୍ୱାସ୍ଥ୍ୟ ବିଭାଗକୁ ପତ୍ରାଳାପ କରିବାକୁ ନିଷ୍ପତ୍ତି ନିଆଗଲା । ଅନ୍ୟ ଏକ ପ୍ରସ୍ତାବ କ୍ରମେ ରାମ ମନ୍ଦିରରେ ଥିବା ଏଟିଏମ୍‌ କାଉଣ୍ଟର ଦୀର୍ଘଦିନ ହେଲା ବନ୍ଦ ପଡିଥିବାର ଜନସାଧାରଣ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେଣୁ ଏସ୍‌ବିଆଇ କର୍ତ୍ତୃପକ୍ଷଙ୍କୁ ଶୀଘ୍ର ନିୟମିତ କରିବା ପାଇଁ ପତ୍ରାଳାପ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ମାଲପଡାରେ ନୂତନ ଭାବେ ନିର୍ମିତ ହୋଇଥିବା ରାମ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଏକ ହାଇମାକ୍ସ ଲାଇଟ ଲଗାଯିବାକୁ ପୌର ପାଳିକାକୁ ଅନୁରୋଧ କରିବା ପାଇଁ ମତ ପ୍ରକାଶ ପାଇଥିଲା । ଅନ୍ୟ ଏକ ପ୍ରସ୍ତାବ କ୍ରମେ ବାବାମଠ ନିକଟରେ ଅସମାଜିକ ଲୋକଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ପୋଲିସ ପେଟ୍ରୋଲିଂ କଡାକଡି ଭାବେ କରାଯିବାକୁ ପୋଲିସ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବାକୁ ସ୍ଥିର କରାଗଲା । ପଡାର ୧୪ ନଂ ୱାର୍ଡରେ ଅଟାକଳ ନିକଟରେ ଥିବା ନାଳ ପୋତି ହୋଇପଡିଥିବାରୁ ଜଳ ନିଷ୍କାସନ ହୋଇପାରୁ ନାହିଁ । ତେଣୁ ମଶାର ଗନ୍ତାଘର ପାଲଟିଛି ଓ ଲୋକେ ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେଣୁ ଏହି ନାଳକୁ ଶୀଘ୍ର ନିର୍ମାଣ କରାଯିବା ପାଇଁ ପୌର ପାଳିକାକୁ ପତ୍ରାଳାପ କରିବାକୁ ସ୍ଥିର କରାଗଲା । ଏହି ଆଲୋଚନାରେ ସଂଘର ଉପ-ସଭାପତି ତରୁଣ କୁମାର ମିଶ୍ର, ସଂପାଦକ ପଂଚାନନ ସେଠ, କୋଷାଧ୍ୟକ୍ଷ ଦିବାକର ହୋତା, ପଡାର କାଉନସିଲର ମହେନ୍ଦ୍ର ବାଗ, ପ୍ରଭାକର ମିଶ୍ର, ବିମଳ କୁମାର ଚକ୍ରବର୍ତ୍ତୀ, ଆକୁଳ ବେହେରା, ଦେବଜ୍ୟୋତି ଯୋଷୀ, ବାସୁଦେବ ନାଗ, ବିଭୁତି ଭୂଷଣ ତ୍ରିପାଠି, ଗଣେଷ ଚନ୍ଦ୍ର ବେହେରା, ସୁବାଷ ଚନ୍ଦ୍ର ପାତ୍ର, ସୂର୍ଯ୍ୟଭାନୁ ମିଶ୍ର, ସୁଶୀଲ କୁମାର ନାୟକ, ନିମାଇଁ ଚରଣ ଦାଶ, ଛବିଲାଲ ବେହେରା । ସଭା ଶେଷରେ ଅଶୋକ କୁମାର ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.