ବଲାଙ୍ଗିର ସଙ୍କୁଳ ଶିଶୁଭାରତୀ ପଦାଧିକାରୀ ବୈଠକ ଅନୁଷ୍ଠିତ

ଚୁଡାପାଲି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଂକୁଳର ଶିଶୁଭାରତୀ ପଦାଧିକାରୀ ବୈଠକ ସଂକୁଳ ପ୍ରମୁଖ ଅନ୍ତର୍ଯ୍ୟାମୀ ବିଶ୍ୱାଳଙ୍କ ଅଧ୍ୟକ୍ଷ୍ୟତାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଚୁଡାପାଲିଠାରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ସଂକୁଳ ସଂଯୋଜକ ସନାତନ ମିଶ୍ର ପରିଚାଳନା ସମିତିର ସଭାପତି କ୍ଷୀରୋଦ୍ର ସାହୁ, ସମ୍ପାଦକ ଦନାର୍ଦ୍ଦନ ମହାପାତ୍ର, କୋଷାଧ୍ୟକ୍ଷ ବୈଶମ୍ପାୟନ ଥନାପତି ଉପସ୍ଥିତ ରହିଥିଲେ । ପ୍ରଧାନ ଆଚାର୍ଯ୍ୟ ଶମ୍ଭୁ ପ୍ରସାଦ ମହାକୁର ଅତିଥି ପରିଚୟ ପ୍ରଦାନ କରିଥିଲେ । ବଲାଙ୍ଗିର ସଂକୁଳର ସମସ୍ତ ଶିଶୁ ବିଦ୍ୟା ମନ୍ଦିରର ଶିଶୁଭାରତୀ ପଦାଧିକାରୀମାନେ ଉପସ୍ଥିତ ଥିଲେ । କଲେଜ ଛକ ବଲାଙ୍ଗିରର ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର ମିଶ୍ର, ମହିମୁଣ୍ଡା ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଗୋପୀନାଥ ବଗର୍ତ୍ତୀ, ଚନ୍ଦନଭାଟି ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ପ୍ରଭୁଦତ୍ତ ବିଶି, ଦଶପୁର ଓ ଭୂତିଆରବାହାଲର ପ୍ରଧାନ ଆଚାର୍ଯ୍ୟ ସୁବାଷ ପଧାନ ଓ ଜିତେନ୍ଦ୍ର ଭୋଇ ଶିଶୁଭାରତୀ ପଦାଧିକାରୀ ମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ମାର୍ଗଦର୍ଶନ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ ଗୁରୁଜୀ ଗୁରୁମାମାନଙ୍କର ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.