୧୯୯୮ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୧୯୯୮ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ପାଇଁ ବୁଧବାର ସଂଧ୍ୟାରେ ସ୍ଥାନୀୟ ଆଇ ଲଭ୍‌ ଟିଟିଲାଗଡ଼ ପାର୍କ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗାମୀ କେତେ ତାରିଖରେ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ସେଥିପାଇଁ ସମସ୍ତ ଉପସ୍ଥିତ ସଦସ୍ୟଙ୍କ ମତ ଗ୍ରହଣ ସହ କ’ଣ କ’ଣ କରାଯିବ ସେନେଇ ବିସ୍ତୃତରେ ଆଲୋଚନା ହୋଇଥିଲା । ଯେହେତୁ ବାହାର ରାଜ୍ୟରୁ ବି ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ପାଇଁ ସାଙ୍ଗସାଥୀ ଆସିଥାନ୍ତି ସେଥିପାଇଁ ଏକ ମାସ ପରର ତାରିଖ ରଖିବାକୁ ନିଷ୍ପତି ନିଆଯାଇଛି । ଆଗାମୀ ଦିନରେ କେଉଁ ତାରିଖ, କେଉଁ ସ୍ଥାନ ଚୟନ କରାଯିବ ସେନେଇ ହ୍ୱାଟସଆପ ଗ୍ରୁପ ମାଧ୍ୟମରେ ସୂଚନା ପ୍ରଦାନ କରାଯିବ ବୋଲି ନିଷ୍ପତି ନିଆଯାଇଛି । ତା ସହିତ ଫ୍ୟାମିଲି ପିକନିକ ପାଇଁ ବି ସମସ୍ତଙ୍କ ମତାମତ ନିଆଯାଇଥିଲା । ଆଗକୁ ସମସ୍ତ ସଦସ୍ୟଙ୍କ ମତ ନେବା ପରେ ସେ ଉପରେ କାର୍ଯ୍ୟକ୍ରମ କରାଯିବ ବୋଲି ଉପସ୍ଥିତ ସଦସ୍ୟମାନେ କହିଥିଲେ । ତେବେ କେମିତି ଚଳିତ ବର୍ଷ ଧୁମ୍‌ଧାମ୍‌ରେ ପାଳନ କରାଯିବ ସେ ବିଷୟରେ ଆଲୋଚନା କରିବା ସହ ଭାବର ଆଦାନ ପ୍ରଦାନ କରିଥିଲେ ।

Leave A Reply

Your email address will not be published.