oum

ଲିଓ କ୍ଲବର ଦ୍ଵିତୀୟ କାଉନସିଲ ବୈଠକ ଅନୁଷ୍ଠିତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ଜ୍ଜିଲା ଲିଓ କ୍ଲବର ଦ୍ଵିତୀୟ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ଲିଓ କ୍ଲବର ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ଲିଓମାନଙ୍କ ଦ୍ୱାରା ପ୍ରାରମ୍ବିକ ସଂଗୀତ ଗାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଆଞ୍ଚଳିକ ନିର୍ଦେଶକ ପ୍ରଦୀପ କୁମାର ଷଡଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଲାୟନ ୱାଇ.ପି ଗୋଏଲ, ସମ୍ମାନିତ ଅତିଥି ଡି. ମୁରଲିକ୍ରିଷ୍ଣା, ଜ୍ଜିଲା ଲିଓ ସଭାପତି ଆୟୁଷ ଗୁପ୍ତା, ଲିଓ ଉପସଭାପତି ବାରବି ସାହା, ସେଞ୍ଚୁରିଅନ ଲିଓ ସଭାପତି ସୁଭଦୀପ ଅଧିକାରୀ ମଂଚାସୀନ ଥାଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଯୁବ ସମାଜ ଭିତରେ ଏକାଗ୍ରତା ଓ ନେତୃତ୍ୱ ନେବାର ଦକ୍ଷତା ଥିଲେ ସଫଳତା ଅର୍ଜନ କରିପାରିବେ ବୋଲି ଶ୍ରୀ ଷଡ଼ଙ୍ଗୀ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ ପିଢ଼ିଙ୍କ ଦ୍ୱାରା ରକ୍ତଦାନ ଶିବିର, ଲିଓ ସପ୍ତାହ ପାଳନ, ଜିଲ୍ଲା କ୍ରୀଡା ପ୍ରତିଯୋଗିତା କରିବା ପାଇଁ ଆଲୋଚନା ହୋଇଥିଲା । ଅତିଥିମାନଙ୍କ ଦ୍ୱାରା ଜ୍ଜିଲାର ଲିଓ ଲୋଗୋ ଉନ୍ମୋଚନ ହୋଇଥିଲା । ଜ୍ଜିଲା ଲିଓ କ୍ଲବର ଜୋନାଲ ଚ୍ୟାରପରସନ ଲିଓ ମଞ୍ଜୁଲତା ପଲେଇ, ବର୍ଷାପ୍ରିୟଦର୍ଶିନୀ ବାବୁ, ଲିଓ ଉପସଭାପତି କସ୍ତୁରୀ ଦାଶ, ପୂର୍ବତନ ସଭାପତି ଲିଓ ଅଭିଷେକ ମହାପାତ୍ର, ଲିଓ ଶୋଭାଙ୍ଗି ତ୍ରିପାଠୀ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଲିଓ ସମ୍ପାଦକ ଅନ୍ୱେଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ଲିଓ ସଦସ୍ୟଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.