ଡୁଙ୍ଗୁରିପାଲି /ଏସ.ରାମପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ନାଇକେନପାଲି ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ସିଆର୍ସିସି ପ୍ରଦୀପ୍ତ କିଶୋର ଦାଶଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯେଠୁ ସାହୁ ସ୍ୱାଗତ ଭାଷଣ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପର୍ଯ୍ୟବେକ୍ଷକ ହୋସିୟା ଛତ୍ରିଆ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉତ୍ଥାପନ କରିଥିଲେ । ସିଆର୍ସିସି ପ୍ରଦୀପ୍ତ କିଶୋର ଦାଶ ପୂର୍ବ ବୈଠକର ଆଲୋଚନା, ଅକ୍ଟୋବର ମାସର ଶୈକ୍ଷିକ କ୍ୟାଲେଣ୍ଡର, ବର୍ଣ୍ଣାଳୀ କାର୍ଯ୍ୟକ୍ରମ, ରାଣୀ ଲକ୍ଷ୍ମୀବାଇ ଆତ୍ମସୁରକ୍ଷା ପ୍ରଶିକ୍ଷଣ, ଉଲ୍ଲାସ, ୟୁଏଏସ୍ ଉପସ୍ଥାପନା, ୟୁ ଡାଇସ, ଏମ୍ବିୟୁର ଆଲୋଚନା କରିଥିଲେ । ପୂର୍ବତନ ସିଆର୍ସିସି ସଂଖ୍ୟା ଜ୍ଞାନ, ବହୁ ଶ୍ରେଣୀ ଶିକ୍ଷା ଓ ଶିକ୍ଷକ ସରୋଜ ଦାଶ ବହୁଶ୍ରେଣୀ ଭାଷାଜ୍ଞାନ ଶିକ୍ଷା ଉତ୍ଥାପନ କରିଥିଲେ । ଶିକ୍ଷକ ନାରାୟଣ ବାଗ, ଖଗେଶ୍ୱର କୁମ୍ଭାର, ଅରୂପା ସାହୁ ଏବଂ ଶିକ୍ଷିକା ନିରୁପମା ପାଣିଗ୍ରାହୀ, ରେବତୀ ମେହେର, ମିନତୀ ବରିହା, ବିନ୍ଦୁ ମେହେର, ଅରୁଣା ମେହେର, ରୀନା ବାଗ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଳରାମ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଗ୍ରାମବାସୀଙ୍କ ସହଯୋଗ କାର୍ଯ୍ୟକ୍ରମକୁ ସଫଳ କରି ଗଢି ତୋଳିଥିଲା ।