ଛତ୍ରପୁର ବରିଷ୍ଠ ନାଗରିକ ପରିଷଦର ପ୍ରଥମ ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟର ସମ୍ମିଳନୀ ଗୃହରେ ପୂର୍ବତନ ବିଧାୟକ ଅଶୋକ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏବଂ ଅବସରପ୍ରାପ୍ତ ଷ୍ଟେଟ୍ ବ୍ୟାଙ୍କ୍ ଷ୍ଟାଫ୍ ପ୍ରଫୁଲ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ବରିଷ୍ଠ ନାଗରିକ ପରିଷଦର ପ୍ରଥମ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସର୍ବ ସମ୍ମତି କ୍ରମେ ଅଶୋକ ଚୌଧୁରୀ ସଭାପତି ଭାବେ ମନୋନୀତ ହୋଇଥିଲେ । ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ସନ୍ତୋଷ କୁମାର ଗବଡ଼ତ୍ୟା, ନିରଞ୍ଜନ ତ୍ରିପାଠୀ ପ୍ରମୁଖଙ୍କୁ ଉପଦେଷ୍ଟା ମଣ୍ଡଳୀରେ ସ୍ଥାନ ଦିଆଯାଇଛି । ଡ଼ଃ. ପ୍ରଶାନ୍ତ କୁମାର ଶତପଥୀ, ଡ଼ଃ. ରାଜେନ୍ଦ୍ର କୁମାର ଦାସ, ଡ଼ଃ. ଭି. ରାଜେନ୍ଦ୍ର ରାଜୁ, କୈଳାସ ଚନ୍ଦ୍ର ପଲାଇ, ସୋମନାଥ ସାହୁ, ଭବାନୀକାନ୍ତ ପଟ୍ଟନାୟକ, ନରେନ୍ଦ୍ର କୁମାର ପଣ୍ଡା, କାଳୁ ଚରଣ ତ୍ରିପାଠୀ, ଯତିରାଜ ନାୟକ ପ୍ରମୁଖଙ୍କୁ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି । ଛତ୍ରପୁର ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଜିଲ୍ଲା ପ୍ରଶାସନ ପାଖରେ ଅବଗତ କରାଇ ଏହାର ତୁରନ୍ତ ସମାଧାନ ନିମନ୍ତେ ନିବେଦନ କରିବାରେ ପ୍ରାଥମିକତା ଦେବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଶୋକ ଚୌଧୁରୀ, ପ୍ରଫୁଲ କୁମାର ପଟ୍ଟନାୟକ, ନିରଞ୍ଜନ ତ୍ରିପାଠୀ, ଡ଼ଃ. ଭି. ରାଜେନ୍ଦ୍ର ରାଜୁ, ଡ଼ଃ. ରାଜେନ୍ଦ୍ର କୁମାର ଦାସ, ଡ଼ଃ. ପ୍ରଶାନ୍ତ କୁମାର ଶତପଥୀ, ସୋମନାଥ ସାହୁ, ସନ୍ତୋଷ କୁମାର ଗଡ଼ତ୍ୟା, କୈଳାଶ ଚନ୍ଦ୍ର ପଲାଇ, କାଳୁ ଚରଣ ତ୍ରିପାଠୀ, ନରେନ୍ଦ୍ର କୁମାର ପଣ୍ଡା, ଟି. ରାମାନୁଜ ଦାସ, ଆନନ୍ଦ ରାଓ, ମଙ୍ଗୁଳୁ ଚରଣ ସ୍ୱାଇଁ, ବାଉରୀବନ୍ଧୁ ଷଡ଼ଙ୍ଗୀ, ଯତିରାଜ ନାୟକ, କେ. ଦିଲ୍ଲୀ ରାଓ, ଭବାନୀକାନ୍ତ ପଟ୍ଟନାୟକ, ଚିତ୍ତରଞ୍ଜନ ପଣ୍ଡା, ଭାସ୍କର ଚନ୍ଦ୍ର ସ୍ୱାଇଁ, ତ୍ରିଲୋଚନ ରଥ, ଜଗଦୀଶ ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ରଥ, ଚିତ୍ତରଞ୍ଜନ ବେହେରା, ଦଣ୍ଡପାଣି ରାଉଳ, ଜି. ରାଙ୍ଗା ରାଓ, ବିଜୟ କୁମାର ରାଉଳ, ସୂର୍ଯ୍ୟନାରାୟଣ ଶତପଥୀ, ସୟେଦ ମୁକ୍ତାର, ଭାସ୍କର ବେହେରା, ବିଜୟ କୁମାର ମହାପାତ୍ର, ବିନୟ ଚନ୍ଦ୍ର ପତି ପ୍ରମୁଖ ଛତ୍ରପୁର ସହରର ବରିଷ୍ଠ ନାଗରିକ ଗଣ ଉପସ୍ଥିତ ରହି ଆଲୋଚନାରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଆଗାମୀ ବୈଠକରେ ଅନ୍ୟାନ୍ୟ ପଦବୀ ପାଇଁ ମନୋନୀତ ହେବା ପାଇଁ ସ୍ଥିର କରାଯାଇଥିଲା ।

Leave A Reply

Your email address will not be published.