ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପକଣ୍ଠସ୍ଥ ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ଗ୍ରାମ ପଞ୍ଚାୟତର ନୀଳାଦ୍ରିପୁରଠାରେ ପ୍ରତିଷ୍ଠିତ ମା’ ରାମଚଣ୍ଡୀ ଶକ୍ତିପୀଠରେ ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବୁରୁଡି ଅଞ୍ଚଳର ମା’ ଚାମୁଣ୍ଡା କ୍ଲବ ଗ୍ରୀନ ପିସ ଭିଲେଜ ଫାଉଣ୍ଡେସନର ୧୦ମ ବାର୍ଷିକ ଉତ୍ସବ ପାଳନ ସମ୍ବନ୍ଧରେ ମା’ ରାମଚଣ୍ଡୀ ପୂଜା କମିଟିର ମିଳିତ ସହଯୋଗରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଗୋପାଳପୁର ପୋର୍ଟ ଅଦାନୀ ଫାଉଣ୍ଡେସନର ସି.ଏସ୍.ଆର୍ ମୁଖ୍ୟ ଦେବଦତ୍ତ ମିଶ୍ର ଯୋଗ ଦେଇଥିଲେ । ଏହି ବୈଠକରେ ବିଭିନ୍ନ ବିଷୟକୁ ନେଇ ଚର୍ଚ୍ଚା ହୋଇଥିଲା । ଯାହାକି ଚଳିତ ୧୨. ୧୦. ୨୦୨୫ ରବିବାର ଦିନ ସ୍ୱେଚ୍ଛାସେବୀ ସଂଗଠନ ଗ୍ରୀନ ପିସ ଭିଲେଜ ଫାଉଣ୍ଡେସନର ଦଶ ବର୍ଷ (୧୦) ପୂର୍ତ୍ତି ଅବସରରେ ରମ୍ଭା କଲ୍ୟାଣ ମଣ୍ଡପରେ ହେବାକୁ ଥିବା କାର୍ଯ୍ୟକ୍ରମକୁ କିପରି ସଫଳ କରାଯିବ, ତାହାରି ଉପରେ ଆଲୋଚନା ହୋଇଥିଲା । ସ୍ୱେଚ୍ଛାସେବୀ ସଂଗଠନ ଗ୍ରୀନ ପିସ ଭିଲେଜ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଏହି ଅନୁଷ୍ଠାନର ମୁଖ୍ୟ ପ୍ରତାପ ନାୟକ (ପପୀ ଭାଇ), ମା’ ରାମଚଣ୍ଡୀ ଟ୍ରଷ୍ଟର କୋଷାଧ୍ୟକ୍ଷ ଲକ୍ଷ୍ମୀ ନୃସିଂହ ପଣ୍ଡା, ସଂଯୋଜକ କମଳ ପଣ୍ଡା, କରପଡା ପଞ୍ଚାୟତ ସରପଞ୍ଚ ଅଜୟ ନାୟକ, ପୂଜା କମିଟି ସଭାପତି ସି.ଏଚ୍. ଦୟାନନ୍ଦ ରେଡ୍ଡୀ, ଉପ-ସଭାପତି ଦିବାକର ନାୟକ, ଉପଦେଷ୍ଟା କୃଷ୍ଣଚନ୍ଦ୍ର ନାୟକ(ମହାରାଜ), ତ୍ରିପତି ବାଲାଜୀ ମିଶ୍ର, ଜ୍ୟୋତିଷ ଦୀପକ ଦାସ ଓ ଚାମୁଣ୍ଡା ବ୍ଲବର ମୁଖ୍ୟ ରବୀନ୍ଦ୍ର ନାୟକଙ୍କ ସହିତ ଅନ୍ୟ ସମସ୍ତ କମିଟି ସଦସ୍ୟ ଓ ରାମଚଣ୍ଡୀ ପୂଜା କମିଟି ସହ ସମ୍ପାଦକ ଦଣ୍ଡପାଣି ମହାରଣା, ସହ ସଂଯୋଜକ ତୁଷାର ଶତପଥି, ଶଙ୍କର ନାୟକ, କୋଷାଧକ୍ଷ କୁଞ୍ଜ ନାୟକ, ବୃନ୍ଦାବନ ନାୟକ, କେଦାର ନାୟକ, ସୁଧୀର ମହାରଣା, ଶଙ୍କର ଚର୍ତ୍ତୀ, ଗୋପାଳ ନାୟକ, ବରୁଣ ଚୌଧୁରୀ, ଉପେନ୍ଦ୍ର ବେହେରା ଏହା ସହିତ ଚାମୁଣ୍ଡା କ୍ଲବ୍ ସଦସ୍ୟ – ଅବକାଶ, ସମୀର, ସୁଶାନ୍ତ, ପପୁ, ଗୟା ଚାନ୍ଦ, ବସନ୍ତ, ଗ୍ରୀନ ପିସ୍ ଭିଳେଜ୍ ଫାଉଣ୍ଡେସନ- ପ୍ରକାଶ, ପ୍ରଶାନ୍ତ ଆରୁଆ ରାଜପୁତ ମହୋତ୍ସବ ସଂଯୋଜକ – ବିକାଶ, ପଞ୍ଚାନନ, ଲୁନା, ପ୍ରମୋଦ ପ୍ରମୁଖ ଉପସ୍ଥିତ ଥିଲେ ।