ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ନୃସିଂହ ମନ୍ଦିର ପରିସରରେ ଜିଲ୍ଲା ବ୍ରାହ୍ମଣ ମହାସଭାର ମୁଖ୍ୟ ଉପଦେଷ୍ଟା ନୀଳମଣି ମିଶ୍ରଙ୍କ ଉପଦେଶ ଓ ସଂପାଦକ ଜୟରାମ ମିଶ୍ରଙ୍କ ଆହ୍ୱାନ କ୍ରମେ ମହାସଭାର କାର୍ଯ୍ୟକାରୀ ପରିଷଦ ଓ ସ୍ୱତନ୍ତ୍ର ନିମନ୍ତ୍ରିତ ସଭ୍ୟଙ୍କର ଏକ ବୈଠକ ବରିଷ୍ଠ ସଭ୍ୟ ଗୋପବନ୍ଧୁ ପୁରୋହିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଆଗାମୀ ଅକ୍ଟୋବର ମାସରେ କମିଟିର ବର୍ତ୍ତମାନର କାର୍ଯ୍ୟକର୍ତ୍ତାଙ୍କର କାର୍ଯ୍ୟକାଳ ପୁରିଯାଉଥିବା ପରିପ୍ରେକ୍ଷୀରେ ଉପଦେଷ୍ଟା ଶ୍ରୀ ମିଶ୍ରଙ୍କ ଲିଖିତ ନିର୍ଦ୍ଦେଶକ୍ରମେ ଉପରୋକ୍ତ କମିଟିକୁ ସର୍ବସମ୍ମତିକ୍ରମେ ଆଲୋଚନା କରାଯାଇ ଓ ସିଦ୍ଧାନ୍ତ ନେଇ ଭାଙ୍ଗି ଦେବା ପାଇଁ ନିଷ୍ପତ୍ତି ନିଆଗଲା ଏବଂ ନୂତନ କମିଟି ହେବା ପର୍ଯ୍ୟନ୍ତ ଉପଦେଷ୍ଟା ନୀଳମଣି ମିଶ୍ରଙ୍କ କାମଚଳା କମିଟି ଗଠନ କରିବା ଓ ମନୋନୟନ ତଥା ନିର୍ବାଚନ ପ୍ରକ୍ରିୟା କରିବା ପାଇଁ ଅନୁରୋଧ କରାଗଲା । ପର୍ଶୁରାମ ନାୟକ, ସଂକୀର୍ତ୍ତନ ତ୍ରିପାଠୀ, ଦିବାକର ହୋତା, ସିଦେ୍ଧଶ୍ର ପାଣିଗ୍ରାହୀ, ରାକେଶ ପଣ୍ଡା, ପଣ୍ଡିତ ସନ୍ତୋଷ ପଣ୍ଡା, ବିଧୁଭୂଷଣ ତ୍ରିପାଠି, ରମେଶ ଚନ୍ଦ୍ର ନାଥ, ରାମ ଶଙ୍କର ଶତପଥୀ, ଲୋକନାଥ ନାୟକ, କିଶୋର କୁମାର ମିଶ୍ର, ଗିରିଶ ଚନ୍ଦ୍ର ପଣ୍ଡା, ସନ୍ତୋଷ କୁମାର ତ୍ରିପାଠି, ଶିବନାରାୟଣ ରଥ, ନିହାରିକା ମିଶ୍ର, ରାଜଶ୍ରୀ ତ୍ରିପାଠି, ଅଶୋକ କୁମାର ପାଣ୍ଡିଆ, ସୁରେଶ ଚନ୍ଦ୍ର ନାଥ, ରଂଜିତା ପାଣିଗ୍ରାହୀ, ରାଜେନ୍ଦ୍ର ମିଶ୍ର, ଜଗଦିଶ ପ୍ରସାଦ ନାଥ, ନରେନ୍ଦ୍ର ଆଚାର୍ଯ୍ୟ, ପ୍ରାଣବଲ୍ଲଭ ତ୍ରିପାଠି, ଜଗଦା ପଣ୍ଡା, ପୁରୁଷୋତ୍ତମ ପଣ୍ଡା ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।