ମଦନପୁରକୁ ନୂତନ ପଞ୍ଚାୟତ ସମିତି ଗଠନ ପାଇଁ ସ୍ୱତନ୍ତ୍ର ବୈଠକ

ମ. ରାମପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ଧବଳେଶ୍ୱର ପୀଠ ନିକଟସ୍ଥ କଲ୍ୟାଣ ମଣ୍ଡପ ଠାରେ ମଦନପୁର ପଞ୍ଚାୟତ ସମିତି ସଂଗ୍ରାମ କମିଟିର ସଂଯୋଜକ ସୁଦର୍ଶନ ପାଢ଼ୀଙ୍କ ସଭାପତିତ୍ୱରେ କର୍ଲାମୁଣ୍ଡା ବ୍ଲକର ୨ଗୋଟି ଏବଂ ମ. ରାମପୁର ବ୍ଲକର ୯ ଗୋଟି ମୋଟ ୧୧ ଗୋଟି ଗ୍ରାମ ପଞ୍ଚାୟୟର ପଞ୍ଚାୟତ ପ୍ରତିନିଧି, ବୁଦ୍ଧିଜୀବୀ, ଆଇନଜୀବୀ, ପୂର୍ବତନ ସରପଞ୍ଚ, ବରିଷ୍ଠ ନାଗରିକ, ଚାଷୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବ୍ୟବସାୟୀ, ଗଣମାଧ୍ୟମ ପ୍ରତିନିଧି ଓ ଯୁବଗୋଷ୍ଠୀଙ୍କୁ ନେଇ ରବିବାର ଦିନ ମଦନପୁରକୁ ନୂତନ ବ୍ଲକ ଗଠନ ନିମନ୍ତେ ଏକ ସର୍ବଦଳୀୟ ସ୍ୱତନ୍ତ୍ର ବୈଠକ ହୋଇଥିଲା । ଏଥିରେ ଓଡିଶା ସରକାରଙ୍କ ନିମୟ ଅନୁସାରେ ଜନସଂଖ୍ୟା, ଭୌଗୋଳିକ ସ୍ଥିତି, ସରକାରୀ ଜାଗା, ପ୍ରତ୍ୟେକ ଦୃଷ୍ଟିକୋଣ ସମସ୍ତ ଗାଇଡ଼ଲାଇନ ପୂରଣ କରୁଥିବାରୁ ଏବଂ ୧୧ ଗୋଟି ପଞ୍ଚାୟତର ମଧ୍ୟସ୍ଥ ସ୍ଥାନ ହୋଇଥିବାରୁ ମଦନପୁରକୁ ବ୍ଲକ ପାଇଁ ଦାବିଦାର ବୋଲି ଆଲୋଚନା କରିବା ସହିତ ଆଗାମୀ ଦିନର କାର୍ଯ୍ୟଖସଡା, ଗ୍ରାମ୍ୟ କମିଟି ଗଠନ, ନାରୀ ଶକ୍ତି କମିଟି ଯୋଜନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ପେସ୍କ ସଭାପତି ତଥା ବରିଷ୍ଠ ଆବାହକ ହରି ମହାନନ୍ଦ ପରିଚାଳନା କରିଥିବାବେଳେ, ପୂର୍ବତନ ଗଜବାହାଲ ଭୀମସେନ ସାହୁ, ୩ ଥର ଜିତିଥିବା ପୂର୍ବତନ ମଦନପୁର ସରପଞ୍ଚ ଜୟରାମ ମହାନନ୍ଦ, ଆଇନଜୀବୀ ବିଶ୍ୱମ୍ବର ରଣା, ଯୁବ ଉଦ୍ୟୋଗୀ ତଥା ଚାଷୀ ସୁନନ୍ଦ ପଧାନ, ଶିକ୍ଷାବିତ ସହଦେବ ପାଢ଼ୀ, ବରିଷ୍ଠ ନାଗରିକ ତଥା ଚାଷୀ ଜନ୍ମେଜୟ ରଣା, ସମାଜସେବୀ ଗଂଗାଧର ରଣା ଓ ବିକ୍ରମ ପଧାନ, ବ୍ୟବସାୟୀ ତଥା ଚାଷୀ କ୍ଷେତ୍ରମୋହନ ସାହୁ, ଏନ୍‌.ଜି.ଓ. ନିର୍ଦ୍ଦେଶକ ସୁନୀଲ ଧଙ୍ଗଡା ମାଝୀ, ସାମାଜିକ କର୍ମୀ ସରୋଜ ବେହେରା, ସାମ୍ବାଦିକ ପ୍ରଦୀପ କୁମାର ସାହୁ ଓ ବନମାଳୀ ସିଂ, ଯୁବନେତା ଆଶିଷ ଦଣ୍ଡିଆ ପ୍ରମୁଖ ନିଜର ସହଯୋଗ ଓ ମତାମତ ପ୍ରଦାନ କରିଥିଲେ । ମଦନପୁରକୁ ନୂତନ ବ୍ଲକ ଘୋଷଣା ନ କରିବା ପର୍ଯ୍ୟନ୍ତ ଏ ସଂଗ୍ରାମ ଜାରି ରହିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.