କ୍ଲଷ୍ଟର ସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କ୍ଲଷ୍ଟର ସ୍ତରୀୟ ତୃତୀୟ ମାସିକ ବୈଠକ କପସିଲା ସରକାରୀ ପ୍ରାଥମିକ ବିଦ୍ୟାଳୟ ତାଣ୍ଡିଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କପସିଲା ସିଆର୍‌ସିସି ଶ୍ରୀଯୁକ୍ତ ସୁଧାଂଶୁ ପୁଟା ତାଲିମ କାର୍ଯ୍ୟକ୍ରମ ପରିଚାଳନା ଓ ସ୍କୁଲର ପ୍ରଧାନ ଶିକ୍ଷକ ଦାଶରଥି ମନହିରା ସହଯୋଗ କରିଥିଲେ । ଗୁଡ଼ଭେଲା ଅତିରିକ୍ତ ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀ ବିପିନ ବାଗ ମନିଟରୀଙ୍ଗ କରିବାକୁ ଆସିଥିଲେ ଓ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ବୈଠକ ବିଷୟରେ ପଚାରି ବୁଝିଥିଲେ ଓ ଏହି ବୈଠକରେ ଥିବା ବିଷୟବସ୍ତୁ ଉପରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିଜର ମତ ପ୍ରକାଶ କରିଥିଲେ । ଏହି ବୈଠକରେ କପସିଲା କ୍ଳଷ୍ଟରର ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକ ଓ ଏଫ୍‌ଏଲ୍‌ଏନ୍‌ ଶିକ୍ଷକ ଯୋଗଦେଇଥିଲେ । ଏହି ବୈଠକରେ ଶିଶୁବାଟିକା-୩ ରୁ ଶ୍ରେଣୀ ତୃତୀୟ ପର୍ଯ୍ୟନ୍ତ ସେପ୍ଟେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡର ବିଷୟରେ ଆଲୋଚନା କରାଯାଇଥିଲା । ଶିଶୁବାଟିକା, ପ୍ରଥମ ଓ ଦ୍ୱିତୀୟ ପାଇଁ ବହୁଶ୍ରେଣୀ ଭାଷା ଓ ଗଣିତ ପାଠଟୀକା ଓ ଶିକ୍ଷକ ଗତିବିଧି ପରିଚାଳନା କିପରି କରାଯିବ ତା ବିଷୟରେ ତାଲିମ ଦିଆଯାଇଥିଲା ଓ ଶିକ୍ଷକମାନେ ମଧ୍ୟ ପାଠ ଯୋଜନା ପ୍ରସ୍ତୁତ ଓ ଉପସ୍ଥାପନ କରିଥିଲେ । ପଞ୍ଚମ ଶ୍ରେଣୀର ଗଣିତ ଶିକ୍ଷାଦାନରେ ଗୁଣନିୟକ ଓ ଗୁଣିତକ ବିଷୟରେ ଆଲୋଚନା ହୋଇଥିଲା ଓ ତତ୍ ସମ୍ପର୍କିତ ଶିକ୍ଷକ ପାଇଁ ଭିଡିଓ ଲିଙ୍କ ସମସ୍ତଙ୍କୁ ପ୍ରଦାନ କରାଯାଇଥିଲା । ଶିକ୍ଷଣ ସୋପାନ ରେଜିଷ୍ଟର କିପରି ପୂରଣ କରାଯିବ ଆଲୋଚନା କରାଯାଇଥିଲା । ଜିଲ୍ଲାସ୍ତରୀୟ ଓ ବ୍ଲସ୍ତରୀୟ ବିଦ୍ୟାଳୟ ପରିଦର୍ଶନରେ ସମୀକ୍ଷା କିପରି ହେବ ସୂଚନା ଦିଆଗଲା । ସ୍ୱଚ୍ଛ ଏବଂ ହରିତ୍ ବିଦ୍ୟାଳୟ ରେଜିଷ୍ଟ୍ରେସନ ଓ ଶେଷ ଫର୍ମ ଫଟୋ କିପରି ଅପଲୋଡ଼ ହେବା ବୁଝେଇ ଦିଆଗଲା । ନିପୁଣ ସପ୍ତାହ କିପରି ପାଳନ ହେବ ଆଲୋଚନା ହେଲା । ଶେଷରେ ସିଆର୍‌ସିସି ସୁଧାଂଶୁ ପୁଟା ସମସ୍ତଙ୍କୁ ଧନ୍ୟବାଦ ଦେଇ ବୈଠକକୁ ସମାପ୍ତ କରିଥିଲେ ।

Leave A Reply

Your email address will not be published.