
କେସିଙ୍ଗା, (ପ୍ରୀତେଶ ପଟେଲ ) : ୨୯ ଅଗଷ୍ଟ ଭୁବନେଶ୍ୱର ଠାରେ ହୋଇଥିବା ଜେଡଆର୍ସିସି ବୈଠକରେ ରାଜ୍ୟ ସଭା ସାଂସଦ ସୁଜିତ କୁମାର ସେଠ କେସିଙ୍ଗା ରେଲୱେ ଷ୍ଟେସନର ବିଭିନ୍ନ ସମସ୍ୟା ବିଷୟରେ ଚର୍ଚ୍ଚା କରିଥିଲେ । ତେଣୁ ଆଜି ସମ୍ବଲପୁର ଡିଭିଜନରୁ ଆସିଥିବା ସିଆଇ ସତ୍ୟବ୍ରତ ସେଠଙ୍କ ସହ କେସିଙ୍ଗା ବିଜେପି କର୍ମୀ ଓ ରେଳ ଯାତ୍ରୀ ସଂଘର କାର୍ଯ୍ୟକତ୍ର୍ତ୍ତା ମିଶି ଏକ ବୈଠକ କରିଥିଲେ । ଏହି ବୈଠକରେ ପ୍ଲାଟଫର୍ମ ୦୪ରେ ଆଗରୁ ୬ ଗୋଟି ଟ୍ରେନ ରହଣି ବ୍ୟବସ୍ଥା ଥିବାବେଳେ ଆଉ ୪ ଗୋଟି ଟ୍ରେନ ରହଣି ପାଇଁ ବ୍ୟବସ୍ଥା ହେଉ ବୋଲି ଅନୁରୋଧ କରାଗଲା । ଟ୍ରେନ ନମ୍ବର ୧୨୮୦୭ ସମତା ଏକ୍ସପ୍ରେସ୍ ,୧୮୫୩୦ ବିଶାଖାପାଟ୍ଟଣମ ଦୁର୍ଗ ଏକ୍ସପ୍ରେସ୍ ,୧୩୩୫୨ ଅଲଲେପି ଧନବାଦ ଓ ୧୨୮୪୩ ପୁରୀ ଦୁର୍ଗ ଏକ୍ସପ୍ରେସ୍ ଗାଡିର ରହଣି ପ୍ଲଟଫର୍ମ ୦୪ରେ ବ୍ୟବସ୍ଥା କରିବା ପାଇଁ ଯଥା ଶୀଘ୍ର ୧୦ ଗୋଟି ଗାଡିର ପ୍ଲାଟଫର୍ମ ନମ୍ବର ୪ରେ ରହଣି ବ୍ୟବସ୍ଥା କରାଯିବ ବୋଲି ଆଶ୍ଵାସନ ଦେଲେ ଆସିଥିବା ସିଆଇ । କେସିଙ୍ଗା ସିଆଇ ରୋହିତ ମହାଲିଙ୍ଗ, ଏସ୍ଏମ୍ଡି କେ ରାଉତ, ପୂର୍ବତନ ସଭାପତି ମଗନ ସିନ୍ଦୁର, ପ୍ରଶାନ୍ତ ବାନାର୍ଜୀ, ଉପ ସଭାପତି ପ୍ରୀତେଶ ପଟେଲ, ସୁନୀଲ ଜୈନ ଓ ବିମଳ ବାଗ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ ।