ମାଲପଡା ନାଗରିକ କମିଟିର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନାଗରିକ କମିଟିର ବୈଠକ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ବିଦ୍ୟୁତ ବିଭାଗ ଦ୍ୱାରା ଅଘୋଷିତ ଘନ ଘନ ବିଦ୍ୟୁତ କାଟ ଯୋଗୁଁ ଜନସାଧାରଣ ଅସନ୍ତୋଷ ହେଉଛନ୍ତି । ତେଣୁ ସଭ୍ୟମାନେ ଉଦ୍‌ବେଗ ପ୍ରକାଶ କରିଥିଲେ ଏବଂ ପଡାର ବୟୋଜ୍ୟେଷ୍ଠ ବରିଷ୍ଠ ନାଗରିକ ୮୦ ବର୍ଷରୁ ଉଦ୍ଧ୍ୱର୍ଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଆଲୋଚନା ହୋଇଥିଲା । ଏହା ବ୍ୟତୀତ ପଡାର ବରିଷ୍ଠ ନାଗରିକମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଏକ ସ୍ୱାସ୍ଥ୍ୟ ଶିବିର କରାଯିବା ପାଇଁ ଅନୁମୋଦନ କରାଯାଇଥିଲା ଏବଂ ପରିବେଶ ସୁରକ୍ଷା ପାଇଁ ସହରକୁ ପଲିଥିନ ମୁକ୍ତ ପାଇଁ ଜିଲ୍ଲାପାଳଙ୍କ ପତ୍ରାଳାପ କରିବାକୁ ପ୍ରସ୍ତାବ ପାରିତ ହୋଇଥିଲା । ମଶାର ପ୍ରଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାର ନିରାକରଣ ପାଇଁ ନର୍ଦ୍ଦମାରେ ମଶାତେଲ ଓ ଧୁଆଁ ଦେବା ପାଇଁ ପୌରପାଳିକାକୁ ଅନୁରୋଧ କରାଗଲା । ଏହି ସଭାରେ ସଂଘର ଉପ-ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର, ସଂପାଦକ ପଂଚାନନ ସେଠ, ବରିଷ୍ଠ ସଭ୍ୟ ଦିବାକର ହୋତା, ଆକୁଳ ବେହେରା, ଶ୍ୟାମ ସୁନ୍ଦର ଆଚାର୍ଯ୍ୟ, ଶୁଶିଲ କୁମାର ନାଏକ ଓ ସୂର୍ଯ୍ୟଭାନୁ ମିଶ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।

jittmm
Leave A Reply

Your email address will not be published.