ଡୁଙ୍ଗୁରିପାଲି ଲେଭେଲ ଭି.ଏ ପ୍ରାଥମିକ ଶିକ୍ଷକଙ୍କ ବୈଠକ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଲେଭେଲ ଭି.ଏ ପ୍ରାଥମିକ ଶିକ୍ଷକମାନଙ୍କର ଏକ ବୈଠକ ଡୁଙ୍ଗୁରିପାଲି ଶିବାନନ୍ଦ ପଡା ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନ୍ୟାଯ୍ୟ ଦାବି ହାସଲ ନିମନ୍ତେ ସରକାରଙ୍କ ଠାରେ ଦାବି ଉପସ୍ଥାପନା ପାଇଁ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ପ୍ରାଥମିକ ଶିକ୍ଷକଙ୍କୁ ୪୨୦୦ ଗ୍ରେଡ଼ ପେ ମିଳିବା ଏବଂ ମୂଳ ୬ ବର୍ଷକୁ ଚାକିରୀ କାଳରେ ଅନ୍ତର୍ଭୁକ୍ତ କରି ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବାକୁ ଆହ୍ୱାନ ଦିଆଯାଇଥିଲା । ଦାବି ପୂରଣ ନହେଲେ ଆଗାମୀ ଦିନରେ ଭୁବନେଶ୍ୱରରେ ହେବାକୁ ଥିବା ଆନ୍ଦୋଳନରେ ଡୁଙ୍ଗୁରିପାଲି ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେବା ପାଇଁ ପ୍ରସ୍ତୁତି ନିମନ୍ତେ ବିଭିନ୍ନ କାର୍ଯ୍ୟପନ୍ଥା ଉପରେ ନିଷ୍ପତ୍ତି ନିଆଗଲା । ଦାବି ପୂରଣ ପାଇଁ ଶିକ୍ଷକ ପ୍ରକାଶଚନ୍ଦ୍ର ବାରିକ, ସୌରଭ କୁମାର ସାହୁ, ଦିଲୀପ କୁମାର ପଧାନ, ଗୋପବନ୍ଧୁ ବାଗ, କିଶୋର କୁମାର ସେଠୀ ଓ ଅଶ୍ୱିନୀ କୁମାର ପଧାନଙ୍କୁ ନେଇ ଏକ କାର୍ଯ୍ୟକାରୀ କମିଟି ଗଠନ କରାଗଲା । ଶିକ୍ଷକ ସୁରେଶ ପୁରୋହିତ, ହିମାଂଶୁ ସାହୁ, ସୁଶୀଲ ସେଠୀ, ରମେଶ ସାହୁ, ବ୍ୟାସଦେବ ଖମାରୀ, ରାଜକେତନ ସୁନା, ଲଳିତ ସାହୁ, ହିମାଂଶୁ ନାଏକ, ଫକୀରମୋହନ ସା, ସୁରେଶ ନାୟକ ଉପସ୍ଥିତ ରହି ନିଜ ନିଜ ମତାମତ ଦେଇଥିଲେ । ଶେଷରେ ଶିକ୍ଷକ ନରେନ୍ଦ୍ର ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.