ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ ତା.୨୬.୧୨.୨୦୨୪ ସନ୍ଧ୍ୟା ୫ଟା ସମୟରେ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ନାରାୟଣ ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପୂଜାର୍ଚ୍ଚନା ପରେ ଦିବଂଗତ ସଭ୍ୟ ଭାସ୍କର ମେହେଟାଙ୍କ ସ୍ମୃତିରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସଂପାଦକ ଅଶୋକ କୁମାର ଚାନ୍ଦ ସଂପାଦକୀୟ ବିବରଣୀ ଉପସ୍ଥାପନ କରି ବିଗତ ଦିନରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । ଷ୍ଟେଟ ବ୍ୟାଙ୍କ ଏବଂ ରେଳ କର୍ତ୍ତୃପକ୍ଷଙ୍କୁ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ୱତନ୍ତ୍ର କାଉଣ୍ଟର ବ୍ୟବସ୍ଥା ଏବଂ ଜିଲ୍ଲପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ବରିଷ୍ଠ ନାଗରିକମାନଙ୍କ ଆପତ୍ତି ଅଭିଯୋଗ ଆଗ୍ରାଧିକାର ଭିତ୍ତିରେ ବିଚାରକୁ ନେବା ନିମନ୍ତେ ଅନୁରୋଧ କରାଯାଇଥିବା ସୂଚନା ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା ସମ୍ମାନିତ ଗୀତିକାର କପିଳେଶ୍ୱର ଖମାରୀଙ୍କୁ ଫୁଲତୋଡା ଏବଂ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ନାଗରିକ ମଂଚର ବାର୍ଷିକ ବଣଭୋଜି ଆସନ୍ତା ତା.୦୮.୦୧.୨୦୨୫ରେ ବନ ବିଭାଗର ନର୍ସରୀରେ କରାଯିବାର ନିଷ୍ପତ୍ତି ଗ୍ରହଣ କରାଗଲା । ପରେ ପରେ ଗ୍ୟାସ ଯୋଗାଣ, ସହରରେ ପରିଚ୍ଛନ୍ନତା ଇତ୍ୟାଦି ବିଷୟରେ ଆଲୋଚନା କରାଗଲା । ଦୁର୍ଗା ପ୍ରସାଦ ହୋତା, ପ୍ରଫୁଲ୍ଲ ସାହୁ, ଅଶୋକ ମିଶ୍ର, ସୁରେନ୍ଦ୍ର ତ୍ରିପାଠି, ଶିବ ଶଙ୍କର ଖୁଆସ, ମନୋରଂଜନ ମିଶ୍ର, ଅଶୋକ ମିଶ୍ର ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ବରିଷ୍ଠ ସଭ୍ୟ ପ୍ରଭାକର ମିଶ୍ର ରାଜ୍ୟ ତଥା ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ମହାସଂଘ ସଂପର୍କରେ ଆଲୋକପାତ କରିଥିଲେ । କପିଳେଶ୍ୱର ଖମାରୀଙ୍କ ଧନ୍ୟବାଦ ପ୍ରସ୍ତାବ ସହ ସଭା ସାଙ୍ଗ ହୋଇଥିଲେ ।
Next Post