oom

ମାହେଶ୍ୱରୀ ସଂଗଠନର ମେଗା ସ୍ୱାସ୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଲୋଇସିଂହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆଗାମୀ ୨୨.୧୨.୨୦୨୪ ରବିବାର ଦିନରେ ହେବାକୁ ଯାଉଥିବା ମାଗଣା ସ୍ୱାସ୍ଥ୍ୟ ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ କରାଯାଇଥିଲା । ଶିବିରରେ ରାମକୃଷ୍ଣ କେୟାର ହସ୍ପିଟାଲର ହୃଦୟରୋଗ ବିଶେଷଜ୍ଞ, ଅସ୍ଥିଶଲ୍ୟ ବିଶେଷଜ୍ଞ, କେଂସର ବିଶେଷଜ୍ଞ, ଅସ୍ତ୍ରୋପଚାର ଏବଂ ମେଡିସିନ ବିଶେଷଜ୍ଞ ଉପସ୍ଥିତ ରହି ରୋଗୀମାନଙ୍କୁ ମାଗଣାରେ ଚିକିତ୍ସା କରିବେ । ଶିବିରରେ ମାଗଣା ଇସିଜି, ବିପି ଓ ବ୍ଲଡ଼ ସୁଗର ଡାକ୍ତରଙ୍କ ପରାମର୍ଶ ଉପଲବ୍ଧ ଅଛି । ଶିବିରକୁ ମୁଖ୍ୟ ଅତିଥି ଲୋଇସିଂହା ବିଧାୟକ ତଥା ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉଦ୍‌ଘାଟନ କରିବେ । ବୈଠକରେ ମାହେଶ୍ୱରୀ ସଂଗଠନର ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ, ସଭାପତି ଶୋଭନ ଅଗ୍ରୱାଲ, ମେଡିକାଲ ସଂଯୋଜକ ଫାଲଗୁନି ତ୍ରିପାଠୀ, ସଦର ବ୍ଲକ ସଭାପତି ଦେବାଶିଷ ପାଣ୍ଡିଆ, ଲୋଇସିଂହା ବ୍ଲକ ସଭାପତି ଦେବାଶିଷ ବିଶୋଇ, ଆଗଲପୁର ବ୍ଲକ ସଭାପତି ପ୍ରମୋଦ ସାହୁ, ଶିଶୁ ମନ୍ଦିର କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା, ସହ ସମ୍ପାଦକ ବିଶ୍ୱନାଥ ଷଡଙ୍ଗୀ, ପ୍ରଧାନ ଆଚାର୍ଯ୍ୟ ଶିବ ପ୍ରସାଦ ବାରିକ ଉପସ୍ଥିତ ରହି କେମିତି ଶିବିରକୁ ସଫଳ କରିବେ ତା’ ଉପରେ ଆଲୋଚନା କରିଥିଲେ । ଶିବିରରେ ଆସୁଥିବା ସବୁ ରୋଗୀଙ୍କ ସ୍ୱାସ୍ଥ୍ୟକୁ ସୁଦୃଢ କରିବା ହିଁ ମାହେଶ୍ୱରୀର ମୂଳ ଉଦ୍ଦେଶ୍ୟ ବୋଲି ଶ୍ରୀ ପାଣ୍ଡିଆ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.