
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଇଲାକାରେ ଥିବା ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ ମନ୍ଦିର ପରିସରରେ ଆଜି ରାଣୀପୁର ଝରିଆଲ ମହୋତ୍ସବ ୨୦୨୫ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସୋମେଶ୍ୱର ମହାଦେବଙ୍କ ଠାରେ ପୂଜାର୍ଚ୍ଚନା କରାଯିବା ପରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ରାଜୀବ ସଗରିଆଙ୍କ ଆବାହକତ୍ୱ ଓ ଶିବାଜୀ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗ ଦେଇଥିଲେ । ଆସନ୍ତା ଜାନୁଆରୀ ମାସ ୧୭,୧୮ ଓ ୧୯ ତାରିଖ ୩ ଦିନ ବ୍ୟାପୀ ଏହି ମହୋତ୍ସବ ଆୟୋଜିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ମହୋତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରରୁ ବହୁ କଳାକାର ମାନେ ଆସି ନିଜ ନିଜର କଳା ପ୍ରଦର୍ଶନ କରିବେ ବୋଲି ଜଣାପଡିଛି । ଅଞ୍ଚଳର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଗତ ୨୦୧୧ ମସିହାରୁ ମହୋତ୍ସବ କମିଟି ପକ୍ଷରୁ ପ୍ରୟାସ କରାଯାଉଛି । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ମହାସମାରୋହରେ ଆୟୋଜନ କରାଯିବ ବୋଲି ଆଲୋଚନା ହୋଇଛି । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ମାମରାଜ ଜୈନ, ଥବିର ଚନ୍ଦ୍ର ବାଗ, ଅର୍ଜୁନ ୟାଦବ, ମାଣିକଚାନ୍ଦ ଜୈନ, ଅନିଲ ତ୍ରିପାଠୀ, ଭରଦ୍ୱାଜ ଗହୀର, ଯୁବରାଜ ବାଗ, ଅର୍ଧେନ୍ଦୁ କୁମାର ଦାସ ଯାଦବ, ରାଜୁ ହାତୀ, ରାଧାମୋହନ ବେହେରା, ହୁଲେଶ୍ୱର ହଂସ, ଜଗ ମୋହନ ତ୍ରିପାଠୀ, ଧନିରାମ ଭୋଇ, ସୁଶାନ୍ତ ବେହେରା, ସନ୍ତୋଷ ତ୍ରିପାଠୀ, ମଂଜେସ ମେହେର, ଉମାଶଙ୍କର ଗହୀର, ଚକ୍ରଧର ଯାନୀ, ପରମାନନ୍ଦ ଭୋଇ, ରମାକାନ୍ତ ସାହୁ, ସଞ୍ଜୟ ମାଝୀ, ଅନନ୍ତରାମ ବାଗ, ସରୋଜ କୁମାର ସୁନା, ମହାଦେବ ଭୋଇ, ଲାବଣ୍ୟ ପୁଞ୍ଜି, ଶଙ୍କର ଭରାସଗରିଆ, ପିଙ୍କୁ କୁମାର ଜୈନ, କେକି ସିଂ ଭୋଇ, ଖୀରଧର ଖର୍ସେଲଙ୍କ ସହ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବହୁ ଜନସାଧାରଣ ମାନେ ସାମିଲ ହୋଇଥିଲେ । ଆଗାମୀ ବୈଠକରେ କର୍ମକର୍ତ୍ତା ଚୟନ କରାଯିବ ବୋଲି ଜଣାପଡିଛି ।