ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗଶର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ରବିବାର ବଙ୍ଗୋମୁଣ୍ଡା ବ୍ଲକ ଯାଦବ ମହାସଭାର ଏକ ବୈଠକ କାର୍ଯ୍ୟକାରୀ ସଭାପତି ଯୋଗେନ୍ଦ୍ର ବଛାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପଞ୍ଚାୟତ ସ୍ତରୀୟ ଓ ପରେ ବ୍ଲକସ୍ତରୀୟ କମିଟି ପୁନର୍ଗଠନ, ଗ୍ରାମ ପଞ୍ଚାୟତ ସ୍ତରରେ ଯାଦବ ସମାଜ ସଂଗଠନର ପୁନର୍ଗଠନରେ ଯୁବଶକ୍ତି ଗୁରୁତ୍ୱ, ଯାଦବ ସମାଜର ନିଜସ୍ୱ ସମ୍ବିଧାନର ବ୍ୟବସ୍ଥାବଳୀର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ, ଯାଦବ ସମାଜ ପଛୁଆ ବର୍ଗ ଉଦ୍ଧିଷ୍ଟ ହକ ଅଧିକାର ବିଷୟରେ ସଚେତନ ଏବଂ ଏହାର କାର୍ଯ୍ୟକାରିତା ପାଇଁ ପଦକ୍ଷେପ ନିଆଯିବ । ଯାଦବ ସମାଜ ଓବିସି ମଞ୍ଚର ନେତୃତ୍ୱ ନେବା ପାଇଁ ଯଥାସାଧ୍ୟ ଉଦ୍ୟମ ଜାରି ରଖିବା, ଯାଦବ ସମାଜର ସାମାଜିକ, ଶିକ୍ଷା, ଆର୍ଥିକ ଓ ରାଜନୈତିକ ହକ ଅଧିକାର ପାଇଁ ପ୍ରତ୍ୟେକ ଯାଦବମାନେ ଏକତା ରକ୍ଷାକରିବାକୁ ପ୍ରୟାସ ଜାରି ରଖିବା ପାଇଁ ଆହ୍ୱାନ କରାଯାଇଥିଲା । ଘନଶ୍ୟାମ ମନହୀରା ବୈଠକକୁ ସଂଯୋଜନା କରିଥିଲେ । ଯାଦବ ସମାଜରେ ଦେଖା ଦେଇଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ସାଧାରଣ ସମ୍ପାଦକ ମୁନିରାମ ନାଗ, ପଙ୍କଜ ନାଗ, ବଂଶୀଧର ହଂସ, ଶଙ୍କର ଅଦା, ନୀଳାଞ୍ଚଳ ନାଗ, ସୂର୍ଯ୍ୟକାନ୍ତ ହଂସ, ସନ୍ତୋଷ ପୁଞ୍ଜି, ଚନ୍ଦ୍ରମଣି ହଂସ, ଥଣ୍ଡିଚରଣ ନାଗ, ହରିଶ କେତକୀ, ତୁଳସୀ ରାମ ହଂସ, ଅର୍ଦ୍ଧେନ୍ଦୁ କୁମାର ଦାସ ଯାଦବ, ଦୁର୍ଗାପ୍ରସାଦ ବନଛୋର, ପ୍ରତାପ ଭାଟି ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ମତ ରଖିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଶତ୍ରୁଘନ ହଂସ, ନୀଳାମ୍ବର ବନଛୋର, ମିନିକେତନ ଭାଟି, ବିନୋଦ ବାଗ, ରାଜକିଶୋର ଥପା, ବଳଦେବ ବାଗ ଉପସ୍ଥିତ ଥିଲେ । ଶେଷରେ ସାମ୍ବାଦିକ ହୁଲେଶ୍ୱର ହଂସ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post