oom

ଶ୍ରୀ ଶ୍ରୀ ଜଗନ୍ନାଥ କ୍ଲବ ଶାନ୍ତିନଗରର ପ୍ରସ୍ତୁତି ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଶାନ୍ତିନଗର ୱାର୍ଡ଼ ନମ୍ବର-୦୨ ଠାରେ ଶାନ୍ତିନଗରବାସୀଙ୍କର ଏକ ସାଧାରଣ ସଭା ତୀର୍ଥବାସୀ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଏକ ନୂତନ ଅନୁଷ୍ଠାନ ଶ୍ରୀ ଶ୍ରୀ ଜଗନ୍ନାଥ କ୍ଲବ ନାମରେ ଗଠନ କରାଗଲା । ସର୍ବ ସମ୍ମତି କ୍ରମେ ଡ. ଦେବାଶିଷ ରଥଙ୍କୁ ସଭାପତି, ମହେଶ କୁମାର ବେହେରାଙ୍କୁ ଉପସଭାପତି, ପ୍ରତାପ ନାଥଙ୍କୁ ସମ୍ପାଦକ, ତୁଷାରକାନ୍ତ ପ୍ରଧାନଙ୍କୁ ସହସମ୍ପାଦକ, କୁନାଲ ପାଣିଗ୍ରାହୀଙ୍କୁ କୋଷାଧ୍ୟକ୍ଷ, ଶାନ୍ତନୁ କୁମାର ପାଣିଗ୍ରାହୀଙ୍କୁ ଅଡ଼ିଟର ଭାବେ ଚୟନ କରାଯାଇଥିଲା । କାର୍ଯ୍ୟକାରୀ ସଦସ୍ୟ ଭାବରେ ଜୀ. ଶ୍ରୀନିବାସ ରାଓ, ଜଗବନ୍ଧୁ ପୋଥାଲ, ପ୍ରଫୁଲ୍ଲ ବେହେରା, ତାରାପ୍ରସାଦ ଶତପଥୀ, ଅଶୋକ କୁମାର ସାହୁ, ଦିବ୍ୟକିଶୋର ପଣ୍ଡା, ଡ. ବିରଞ୍ଚି ନାରାୟଣ ସାହୁ, ମଧୁସୂଦନ ଦେବତା, ଉଦୟ ନାରାୟଣ ନନ୍ଦ, ଉମେଶ ମହାଲିଙ୍ଗ, ସୁରେଶ କୁମାର ମିଶ୍ର, ଜଗବନ୍ଧୁ ବାବୁ, ଅମୀୟ ପୁରୋହିତ, ବିଜୟ କିଶୋର ସାହୁ, ଜୟକେତନ ତ୍ରିପାଠୀ, ମାନସ ରଞ୍ଜନ ମହାନ୍ତି, ମୁକେଶ କୁମାର ବେହେରା, ଘନଶ୍ୟାମ ମେହେର, ଅଶୋକ ଦାସ, ଅଜୟ ଶର୍ମା, ଉମାକାନ୍ତ ସାହୁଙ୍କୁ ମନୋନୀତ କରାଯାଇଥିଲା । ଉପଦେଷ୍ଟା କମିଟିର ସଦସ୍ୟ ଭାବରେ ତୀର୍ଥବାସୀ ପଣ୍ଡା, ଡ. ଗଦାଧର ରଥ, ଡ. ଅର୍ଜୁନ ଦେବତା, ଜୟନାରାୟଣ ତ୍ରିପାଠୀ, ଅକ୍ଷୟ କୁମାର ବେହେରା, ଘନଶ୍ୟାମ ପୁଞ୍ଜି, ଜ୍ୟୋତିଷ ରଞ୍ଜନ ବୋହିଦାର, ସୂର୍ୟ୍ୟ ପ୍ରାସାଦ ହୋତା, କାଲିଚରଣ ସାହୁ, ଭଗବାନ ସାହୁ, ଜିତେନ୍ଦ୍ର ପଣ୍ଡାଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଛି । ଏହି ଅନୁଷ୍ଠାନଟି ସ୍ୱାସ୍ଥ୍ୟ, ଶିକ୍ଷା, ପରିବେଶ ସୁରକ୍ଷା, ଜନସଚେତନତା, ଜନକଲ୍ୟାଣ ଉପରେ କାମ କରିବ ଓ ଆଗାମୀ ୦୫/୦୯/୨୦୨୧ ରବିବାର ଦିନ ଶାନ୍ତିନଗର ଠାରେ ଥିବା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ବିଦ୍ୟାଳୟରେ ବୃକ୍ଷ ରୋପଣ କରାଯିବ ଓ ଆଗାମୀ ଦିନରେ ଏହି କ୍ଲବ ପଦ୍ମପୁରର ଉନ୍ନତି ପାଇଁ ବହୁ ଜନ ହିତକାରୀ କାମ କରାଯିବ ବୋଲି କ୍ଲବ ସଭାପତି ଡ଼. ଦେବାଶିଷ ରଥ କହିଛନ୍ତି।

jittmm
Leave A Reply

Your email address will not be published.