
ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ କାଇସକନ୍ଦା ପ୍ରାଥମିକ ବିଦ୍ୟାଳୟରେ ଗଜବନ୍ଧ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ପ୍ରଧାନ ଶିକ୍ଷୟିତ୍ରୀ ଚୁମକି ବିଶିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସୁଲେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ରଣା ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ମୁଖ୍ୟ ପ୍ରଶିକ୍ଷକ ଭାବେ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ଯୋଗଦେଇ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ଶିକ୍ଷାଦାନର ନମୁନା ମାସିକ ପାଠ ଯୋଜନା ବିଷୟରେ ଆଲୋଚନା କରିଥିଲେ । ଧାତୁକିପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋହନ ଚରଣ ନାଏକ ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣ ପ୍ରଶ୍ନପତ୍ର ଅଭ୍ୟାସ ଉପରେ ଆଲୋଚନା କରିଥିବା ବେଳେ ପଣ୍ଡରାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନନ୍ଦକିଶୋର ବିଶି ଶିକ୍ଷା ସୋପାନ ରେଜିଷ୍ଟର ପୂରଣ କୌଶଳ ବିଷୟରେ ଆଲୋଚନା କରିଥିଲେ । ସୁଲେଇ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମାନିନୀ ବାଗ ସ୍ଥାନୀୟ ବିଦ୍ୟାଳୟର ବିଭିନ୍ନ ଅଭିନବ କାର୍ଯ୍ୟ ବିଷୟରେ ଆଲୋଚନା କରିଥିବା ବେଳେ ଗଜବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହାରାଧନ ବେରିଆ ବିଦ୍ୟାଳୟ କାର୍ଯ୍ୟକ୍ରମରେ ଟାବଲେଟର ବ୍ୟବହାର ଉପରେ ଆଲୋଚନା କରିଥିଲେ । ବ୍ରାହ୍ମଣୀପାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ତୁଳସୀରାମ ଭୋଇ ଛାତ୍ରଛାତ୍ରୀଙ୍କ ଦକ୍ଷତାରର ଟ୍ରାକର ପୂରଣ କରିବା ପଦ୍ଧତି ଉପରେ ଆଲୋଚନା କରିଥିବା ବେଳେ କାଇସ କନ୍ଦା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚୁମକି ବିଶି ପୂର୍ବ ବୈଠକର ବିବରଣୀ ଉପରେ ଆଲୋଚନା କରିଥିଲେ । ପଣ୍ଡରାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ କୁଶ ପୁଟେଲ ଶୈକ୍ଷିକ କ୍ୟାଲେଣ୍ଡର ଉପରେ ଆଲୋଚନା କରିଥିବା ବେଳେ ସହକାରୀ ଶିକ୍ଷକ ଦିବାକର ବଢ଼େଇ କ୍ୟାରିଅର ମାର୍ଗଦର୍ଶନ ୱେବସାଇଟର ବ୍ୟବହାର ଉପରେ ଆଲୋଚନା କରିଥିଲେ । ଶିକ୍ଷୟିତ୍ରୀ ରଶ୍ମିତା କୁଅଁର ମୌଳିକ ଭାଷା ଶିକ୍ଷାଦାନର ପ୍ରଦର୍ଶନ କରିଥିବାବେଳେ ଶିକ୍ଷକ ବିକାଶ ଭରାସାଗର ମୌଳିକ ସଂଖ୍ୟାଜ୍ଞାନ ଶିକ୍ଷଣର ପ୍ରଦର୍ଶନ କରିଥିଲେ । ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଗଜବନ୍ଧର ପ୍ରଧାନ ଶିକ୍ଷକ କାର୍ଯ୍ୟକ୍ରମକୁ ନିରୀକ୍ଷଣ କରିବା ସହ ଆପାର ଆଇଡି ଓ ପିତୃମାତୃ ବୈଠକ ବିଷୟରେ ପରାମର୍ଶ ଦେଇଥିଲେ । ସ୍ଥାନୀୟ ବିଦ୍ୟାଳୟର ପାଚିକା ସହାୟିକା ସହଯୋଗ କରିଥିଲେ । ଶେଷରେ ସହକାରୀ ଶିକ୍ଷକ ଗୋକୁଳାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।