oom

ବିନ୍ଧ୍ୟଗିରିବାସୀ ବିଂଝାଲ ସମାଜ ମହାସଭା ପ୍ରସ୍ତୁତି ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ସର୍ବ ଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରିବାସୀ ବିଂଝାଲ ସମାଜର ମହାସଭା ପାଇଁ ଏକ ପ୍ରସ୍ତୁତି ବୈଠକ ନୃସିଂହନାଥ ସ୍ଥିତ ବିନ୍ଧ୍ୟବାସିନୀ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲାଟ ସଭାପତି ହୃଷିକେଶ ବରିହା ସଭାପତିତ୍ୱ କରିଥିଲେ । ଆଗାମୀ ଡିସେମ୍ବର ୭ ଓ ୮ରେ ନୃସିଂହନାଥ ଠାରେ ସର୍ବଭାରତୀୟ ମହାସଭା ହେବ, ତେଣୁ ପ୍ରସ୍ତୁତି ଜୋର୍‌ଦାର୍‌ ହେଉଛି । ଛତିଶଗଡ ରାଜ୍ୟ ଉପ ଲାଟ ସଭାପତି କଲ୍ୟାଣ ସିଂ ବରିହା, ସଦସ୍ୟ ବେଦରାମ ବରିହା, ସୁକାଳୁରାମ ବରିହା, ବଲାଙ୍ଗିର ଜିଲ୍ଲା ଉପ ଲାଟ ସଭାପତି ଶଙ୍କର ପ୍ରସାଦ ମାଝୀ, ତୁଳସୀ ବରିହା, ବରଗଡ଼ରୁ ପ୍ରମୋଦ ଝାଙ୍କର, ସୋହେଲା ଜୀବର୍ଦ୍ଧନ ବରିହା, ପାଇକମାଲ ପ୍ରେମାନନ୍ଦ ବରିହା, ପଦ୍ମପୁର ରଞ୍ଜିତ ସିଂ ବରିହା, ପ୍ରେମାନନ୍ଦ ବରିହା, କରୁଣା ବରିହା, ଝାରବନ୍ଧ ଜବାହାର ସିଂ ବରିହା, ରାଧେଶ୍ୟାମ ବରିହା, ନନ୍ଦଲାଲ ବରିହା, ହରେକୃଷ୍ଣ ମହାଳିଙ୍ଗ ପ୍ରମୁଖ ନେତୃମଣ୍ଡଳୀ ଯୋଗଦାନ କରି ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ଶେଷରେ ପାଇକମାଲ ସମ୍ପାଦକ ଦେବରାଜ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.