oom

ଇଷ୍ଟକୋଷ୍ଟ ରେଲୱେ ଡିଭିଜନ ସମ୍ବଲପୁର ଅଧିକାରୀଙ୍କ ସହ ସାଂସଦଙ୍କ ବୈଠକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସାଙ୍ଗୀତକ୍ଷ କୁମାରୀ ସିଂଦେଓଙ୍କ ଅଧ୍ୟକ୍ଷତାରେ ଝାରସୁଗୁଡା ଠାରେ ସାଂସଦ ଏବଂ ଇଷ୍ଟକୋଷ୍ଟ ରେଲୱେ ସମ୍ବଲପୁର ଡିଭିଜନର ଅଧିକାରୀମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଇଷ୍ଟକୋଷ୍ଟ ରେଲୱେ ଡିଭିଜନ ଅନ୍ତର୍ଗତ ସମ୍ବଲପୁର, ବରଗଡ, କଳାହାଣ୍ଡି, ବଲାଙ୍ଗିର, ଝାରସୁଗୁଡା, ନୂଆଁପଡା, କୋରାପୁଟ, ନବରଙ୍ଗପୁର, ମହାଶମୁନ୍ଦ, ସୋନପୁର, ବୌଦ୍ଧ ଆଦି ସମସ୍ତ ଜିଲ୍ଲାର ଟ୍ରେନ ସମ୍ବନ୍ଧୀୟ ସମସ୍ୟା, ନୂତନ ରେଲୱେ ଲାଇନ, ନୂତନ ଟ୍ରେନ ଚଳାଚଳ ବ୍ୟବସ୍ଥା, ରେଲୱେ ଷ୍ଟେସନର ସମସ୍ୟା, ଯାତ୍ରୀ ଓ ଜନସାଧାରଣଙ୍କ ସୁବିଧା ବିଷୟରେ ସାଂସଦଗଣ ବିଭାଗୀୟ ଅଧିକାରୀମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ । ବୈଠକରେ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ, କଳାହାଣ୍ଡି ସାଂସଦ ମାଲବିକା ଦେବୀ, ମହାଶମୁନ୍ଦ ଲୋକସଭା ସାଂସଦ ଶ୍ରୀମତୀ ରୂପ କୁମାରୀ ଚୌଧୁରୀ ଏବଂ ଇଷ୍ଟକୋଷ୍ଟ ରେଲୱେର ମହା ପ୍ରବନ୍ଧକ, ଡିଆରଏମ ସମ୍ବଲପୁର ଓ ଅଧିକାରୀଗଣ ଉପସ୍ଥିତ ଥିଲେ । ବୈଠକରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ପରାମର୍ଶ ଦେଇ କହିଲେ ଯେ, ବଲାଙ୍ଗିର ନୂଆପଡା ଭାୟା ଢୁଲୁସର, ଚୂଡ଼ାପାଲି, ଭଇଂସା, ପାଟଣାଗଡ, ଗମ୍ଭାରୀ, ଖପ୍ରାଖୋଲ, ଲଖନା ନୂତନ ରେଲୱେ ଲାଇନର ଚୂଡାନ୍ତ ସର୍ଭେ ସାରିଛି । ରେଲୱେ ବୋର୍ଡକୁ ଡିପିଆର ଯାଇଛି ତେଣୁ ଭୂମି ଅଧିଗ୍ରହଣ କରି ରେଲୱେ ଲାଇନ ନିର୍ମାଣ ବ୍ୟବସ୍ଥା ତ୍ୱରାନ୍ୱିତ କରିବା ଆବଶ୍ୟକ । ତା ଛଡା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କଣ୍ଟାବାଞ୍ଜି ରେଳ ୱାଗନ ୱାର୍କସପର ଭିତ୍ତି ପ୍ରସ୍ତର ସ୍ଥାପନର ୧୦ ମାସ ବିତି ଗଲାଣି ତେଣୁ ୱାଗନ ଫେକ୍ଟ୍ରି କାର୍ଯ୍ୟକ୍ଷମ କରାଯାଉ । ସେହିପରି ବଲାଙ୍ଗିର ବରଗଡ଼ରୁ ଭୁବନେଶ୍ୱର ଏବଂ ଦିଲ୍ଲୀକୁ ଯିବା ପାଇଁ ଟ୍ରେନ ସୁବିଧା, ପୁରୀ ସମ୍ବଲପୁର ଟ୍ରେନକୁ ବଲାଙ୍ଗିର ପର୍ଯ୍ୟନ୍ତ ସମ୍ପ୍ରସାରଣ, ସମତା ଏକ୍ସପ୍ରେସ ଟ୍ରେନକୁ ଜାମ୍ମୁ ପର୍ଯ୍ୟନ୍ତ ସମ୍ପ୍ରସାରଣ, ବଲାଙ୍ଗିର ରେଲୱେ ଷ୍ଟେସନରେ ଲିଫ୍ଟ ବ୍ୟବସ୍ଥା, ଦେଓଗାଁ ଷ୍ଟେସନରେ ଇସ୍ପାତ ଟ୍ରେନ ରହଣୀ, ଜାମ୍ମୁ ତାୱାଇ ଏକ୍ସପ୍ରେସ ଟ୍ରେନ ଟିଟିଲାଗଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣ, ବଲାଙ୍ଗିରରୁ ଦିଲ୍ଲୀ ପ୍ରୟାଗରାଜକୁ ସିଧା ଟ୍ରେନ ଚଳାଚଳ, ସମ୍ବଲପୁର ବେଙ୍ଗାଲୁର ଏକ୍ସପ୍ରେସ ଟ୍ରେନକୁ ମହୀଶୂର ପର୍ଯ୍ୟନ୍ତ ସମ୍ପ୍ରସାରଣ, ଭବାନୀପାଟଣାରୁ ନୂଆଦିଲ୍ଲୀକୁ ଟ୍ରେନ ଚଳାଚଳ, ଯାତ୍ରୀମାନଙ୍କ ସୁବିଧା ପାଇଁ ରାୟପୁର ସିକନ୍ଦରକ୍ଷବାଦ ଟ୍ରେନକୁ କଣ୍ଟାବାଞ୍ଜି ପର୍ଯ୍ୟନ୍ତ ସମ୍ପ୍ରସାରଣ, ବିନା ରେଜିଷ୍ଟ୍ରେସନରେ ଦାଦନ ଚାଲାଣ ରୋକିବା ପାଇଁ ରେଲୱେ ଷ୍ଟେସନମାନଙ୍କରେ କଡାକଡି ଯାଞ୍ଚ, ଟିଟିଲାଗଡ଼ ରେଲୱେ ଷ୍ଟେସନରେ ଲିଫ୍ଟ ବ୍ୟବସ୍ଥା, ଟିଟିଲାଗଡ଼ ସିରଭଟା ପଡ଼ା ପ୍ଲାଟଫର୍ମରେ ଟିକେଟ କାଉଣ୍ଟର ବ୍ୟବସ୍ଥା କରିବା ପାଇଁ ରାଜ୍ୟସଭା ସାଂସଦ ଶ୍ରୀ ବିଶି ପରାମର୍ଶ ଦେଇଥିଲେ ।

jittmm
Leave A Reply

Your email address will not be published.