ବଲାଙ୍ଗିର ଆଉଟସୋର୍ସିଂ କର୍ମଚାରୀ ମହାସଂଘ ତରଫରୁ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ତରଫରୁ ସ୍ଥାନୀୟ ସାମ୍ବାଦିକ ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଉଟସୋର୍ସିଂ କର୍ମଚାରୀଙ୍କ ମୌଳିକ ସମସ୍ୟା ଦୂର କରିବାରେ ସରକାର ଦୃଷ୍ଟି ଦେଉନଥିବାରୁ ସଭାରେ ଅସନ୍ତୋଷ ପ୍ରକାଶ ପାଇଥିଲା । ବହୁବାର ଶାନ୍ତିପୂର୍ଣ୍ଣ ଧର୍ମଘଟ ପରେ ପୂର୍ବତନ ସରକାର ମହାସଂଘକୁ ପ୍ରତିଶୃତି ଦେଇଥିଲେ ଯେ, ସରକାରୀ କର୍ମଚାରୀ ମାନଙ୍କୁ ନ୍ୟାୟ ପ୍ରଦାନ କରାଯିବ । ଆଉଟସୋର୍ସିଂ କର୍ମଚାରୀମାନେ ଦିନରାତି ପରିଶ୍ରମ କରୁଥିଲେ ହେଁ ତାଙ୍କୁ ଉଚିତ୍‌ ପାରିଶ୍ରମିକ ପ୍ରଦାନ କରାଯାଉନାହିଁ । ତେଣୁକରି ତିନିଦଫା ଦାବି ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଛଟେଇ କର୍ମଚାରୀଙ୍କୁ ପୁନଃନିଯୁକ୍ତି, ଦିନମଜୁରିଆଙ୍କୁ ସମାନ ଆର୍ଥିକ ଓ ଆନୁସଙ୍ଗିକ ସୁବିଧା ପ୍ରଦାନ, ସମସ୍ତ ବର୍ଗର ଆଉଟସୋର୍ସିଂ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ ବୋଲି ଦାବି କରିଥିଲେ । ଯଦି ସରକାର ଆଉଟସୋର୍ସିଂ କର୍ମଚାରୀଙ୍କ ହିତ ପାଇଁ କିଛି ଠୋସ ପଦକ୍ଷେପ ନନେବେ ତାହେଲେ ଆଗାମୀ ଦିନରେ ଏହି ଆଉଟସୋର୍ସିଂ କର୍ମଚାରୀମାନେ ସପରିବାର ଆନ୍ଦୋଳନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.